www.samajalive.in
Saturday, December 6, 2025
16.1 C
Bhubaneswar

ଭିଏତନାମରେ ବନ୍ୟା; ୪୧ ମୃତ

ହାନୋଇ: ପ୍ରବଳ ବର୍ଷା ଜନିତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଭିଏତନାମରେ ୪୧ଜଣଙ୍କର ମୃତ୍ୟୁ ହୋଇଛି। ଗତ ତିନି ଦିନ ଧରି ଦେଶରେ ବର୍ଷା ଲାଗି ରହିଛି। ବର୍ଷା ପରିମାଣ ୧୫୦ ସେଣ୍ଟିମିଟରରୁ ଅଧିକ ହୋଇଥିବା ରେକର୍ଡ କରାଯାଇଛି। ବନ୍ୟାରେ ୫୨ହଜାର ଘର ଭାଙ୍ଗିଯାଇଥିବାବେଳେ ୬୨ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ଦେଶର ପ୍ରମୁଖ ରାସ୍ତାଗୁଡିକ ପାଣିରେ ବୁଡି ଯାଇଥିବାରୁ ଯୋଗାଯୋଗ ବଚ୍ଛିନ୍ନ ହୋଇପଡିଛି। ଲକ୍ଷ ଲକ୍ଷ ଲୋକ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଛନ୍ତି। ଦକ୍ଷିଣ ଓ କେନ୍ଦ୍ରୀୟ ଭିଏତନାମ ସର୍ବାଧିକ ପ୍ରଭାବିତ ହୋଇଛି। ଅଧା ବୁଡି ଯାଇଥିବା ଘରଗୁଡିକର ଛାତ ଉପରେ ଲୋକେ ଆଶ୍ରୟ ନେଇଥିବାବେଳେ ସେମାନଙ୍କୁ ଡଙ୍ଗା ସାହାର୍ଯ୍ୟରେ ଉଦ୍ଧାର କରିବାକୁ ପ୍ରଶାସନ ଉଦ୍ୟମ ଚଳାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories