www.samajalive.in
Friday, December 12, 2025
26.1 C
Bhubaneswar

ଟ୍ରଲର କଣ୍ଟେନର ଧକ୍କାରେ ୨ ବାଇକ୍ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ

ପାଟଣା: ଜାତୀୟ ରାଜପଥ ୪୯ ନମ୍ୱର ଖିରେଇଟାଙ୍ଗିରୀ ଠାରୁ ତୁରୁମୁଙ୍ଗା ଯାଏଁ ରାସ୍ତା ୪ ଲେନ ହେବା ପରେ ଏହି ରାସ୍ତା ଏବେ ମୃତ୍ୟୁ ଜନ୍ତା ପାଲଟିଛି। ରବିବାର ଅପରାହ୍ନରେ ଖିରେଇଟାଙ୍ଗିରୀ ଶିଶୁ ବିଦ୍ୟାମନ୍ଦିର ସାମ୍ନା ରାସ୍ତାରେ କେନ୍ଦୁଝରରୁ ତୁରୁମୁଂଗା ଆଡ଼କୁ ଯାଉଥିବା ଏକ ଟ୍ରଲର କଣ୍ଟେନର ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାଇକ୍ ଚାଳକ ଅଳ୍ପକେ ବର୍ତି ଯାଇଛନ୍ତି। ବାଇକରେ ତିନି ଜଣ ଥିଲେ। ଏମାନେ ସମସ୍ତେ ବାରିଆ ଥାନା ଅନ୍ତର୍ଗତ ପାନପଶି ଗ୍ରାମର ବୋଲି ଜଣାପଡିଛି।

ପାନପଶୀ ଗ୍ରାମର ତିନି ଜଣ ବ୍ୟକ୍ତି ବାଇକ୍ ଯୋଗେ ଖିରେଇଟାଙ୍ଗିରୀ ନିକଟରେ ୪ ଲେନ ଡିଭାଇଡର୍ କଟରେ ରାସ୍ତା ପାର ହେବା ଉଦ୍ୟମ କରୁଥିବା ସମୟରେ ଟ୍ରଲର କଣ୍ଟେନର ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ବାରୀଆ ଥାନା ପାନପଶି ଗ୍ରାମର ପ୍ରଫୁଲ୍ଲ ମହାନ୍ତ(୪୭) ଓ ଭରତ ଲୋହାର୍(୪୫) ବୋଲି ଜଣାପଡିଛି। ଆହତ ବାଇକ୍ ଚାଳକଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମେଡିକାଲ୍ ସ୍ଥାନାନ୍ତର କରାଯାଇଛି। ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି। ଦୁର୍ଘଟଣା ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories