ପାଟଣା: ପାଟଣା ଥାନା ଅଞ୍ଚଳ ସାହାରପଡ଼ା ବ୍ଲକର ଆଦିବାସୀ ଅଧ୍ୟୁଷିତ ଇଲାକାରେ ଧର୍ମାନ୍ତରୀକରଣ କାର୍ୟ୍ୟ ବୃଦ୍ଧି ପାଉଥିବାରୁ ଏହା ବିରୋଧରେ ଆଜି ଠାରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଗୋପିନାଥପୁର ଗ୍ରାମରେ ଏକ ବେଆଇନ ଚର୍ଚ୍ଚ ନିର୍ମାଣ କରାଯାଇଥିବାରୁ ଏହାକୁ ଉଚ୍ଛେଦ ଦାବିରେ ଗ୍ରାମର ସାନ୍ତାଳୀ ମୁଖିଆ ଚନ୍ଦ୍ରଶେଖର ମାରାଣ୍ଡିଙ୍କ ଆବାହକତ୍ୱରେ ଗୋପିନାଥପୁର ଗ୍ରାମରେ ୨୨ଟି ଗ୍ରାମରୁ ଶହଶହ ଆଦିବାସୀ ଲୋକ ଯୋଗଦେଇଥିଲେ। ପୂର୍ବତନ ସମିତି ସଭ୍ୟ ଚୈତନ୍ୟ ମୁର୍ମୁ ସମାଜସେବୀ ଗଙ୍ଗାଧର ମୁର୍ମୁ, ନାରାୟଣ ସୋରେନ୍, ସୁନରାମ ମୁର୍ମୁ, ଚତୁରା ମାରାଣ୍ଡି, ବିଜୟ ମୁର୍ମୁ, ଦାସକାନ ମୁର୍ମୁ, ଯଦୁମଣି ସୋରେନ୍, ଫକୀରମୋହନ ଟୁଡୁ ପ୍ରମୁଖଙ୍କ ସହଯୋଗରେ ସମ୍ମିଳନୀ ହୋଇଥିବାବେଳେ ହିନ୍ଦୁଜାଗରଣ ସାମ୍ମୁଖ୍ୟ ଜିଲ୍ଲା ସଂଯୋଜକ ତଥା ଆଇନଜିବୀ ଶିବାଜୀ ଗୌତମ ମହାନ୍ତବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ସର୍ଵଶ୍ରୀ ତ୍ରିନାଥ ମହାନ୍ତ , ଅଶ୍ୱିନୀ ମହାନ୍ତ ଓ ହରିଶଚନ୍ଦ୍ର ମହାନ୍ତ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଗୋପିନାଥପୁର ଗ୍ରାମରୁ ବେଆଇନ ଚର୍ଚ୍ଚ ସରକାରୀ ଜାଗାରୁ ଉଛେଦ କରାଯିବା ଦାବିରେ ଏଠାରୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା।



