www.samajalive.in
Friday, December 12, 2025
27.1 C
Bhubaneswar

ଥମୁନି ଚାଷୀର ସମସ୍ୟା : ଦାଉ ସାଧୁଛି ରୋଗପୋକ

ବିନିକା : ସମ୍ପ୍ରତି ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ଋତୁ ଚାଷରେ ଚାଷୀଙ୍କୁ ଦାଉ ସାଧୁଛି ରୋଗପୋକ। ଏବେ ନୁହେଁ ଚାଷ ଆରମ୍ଭରୁ ଲାଗି ରହିଛି ଏଭଳି ସମସ୍ୟା। ଏସବୁ ଭିତରେ ଛନ୍ଦି ହୋଇ ପଡିଛନ୍ତି ବିନିକା ଅଞ୍ଚଳର ଚାଷୀ। ରୋଗପୋକ ପ୍ରାଦୁର୍ଭାବ ଥମୁନାହିଁ। ଦିନକୁ ଦିନ ରୋଗପୋକ ବୃଦ୍ଧିକୁ ନେଇ ଚାଷୀ ଚିନ୍ତିତ ହୋଇ ପଡ଼ୁଥିବା ବେଳେ ଏପରି ସ୍ଥିତିରେ ଚାଷୀ ହାତରେ ଅର୍ଥାଭାବ ସମସ୍ୟା ରହୁଥିବାରୁ କୀଟନାଶକ ଔଷଧ କିଣିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଞ୍ଚଳର ବିଭିନ୍ନ ମୌଜାରେ ମହିଶା, ସଢା, ପତ୍ରପୋଡା ରୋଗରେ ଫସଲ ରୋଗାକ୍ରାନ୍ତ ଯୋଗୁଁ ଏବେ ଧାନଗଛ ହୃଷ୍ଟପୃଷ୍ଟ ହେବା ବେଳେ ଚାଷୀ କ୍ଷତିର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏପରି ସ୍ଥିତିରେ ରୋଗପୋକ ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ଚାଷୀ ନିରୁପାୟ ପରିସ୍ଥିତିର ରହିଛନ୍ତି। କିଭଳି ଭାବରେ ଲାଗିଥିବା ରୋଗପୋକ ନିୟନ୍ତ୍ରଣ କରି ପାରିବେ ସେ ନେଇ ଚିନ୍ତା ବଢାଇ ଦେଇଛି। ଅଞ୍ଚଳର ଅଧିକାଂଶ ମୌଜାରେ ହେକ୍ଟର ହେକ୍ଟର ଜମିର ଫସଲ ରୋଗାକ୍ରାନ୍ତ ଯୋଗୁଁ ଏବେ ଚାଷୀ ନିରାଶ ହୋଇ ପଡ଼ୁଥିବା ବେଳେ ଏପରି ସ୍ଥିତିରେ କୃଷି ବିଭାଗର ଅଧିକ ପରାମର୍ଶ ସହିତ ସରକାରୀ ସହାୟତାରେ କୀଟନାଶକ ଔଷଧ ଯୋଗାଇ ଦେବା ପାଇଁ ଦାବି କରୁଛନ୍ତି। ତେଣୁ ସମସ୍ୟା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଯଥାଶୀଘ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମହଲରେ ଦାବି ହେଉଛି। ଚାଷୀ ଆବଶ୍ୟକ କୀଟନାଶକ ଔଷଧ ସିଞ୍ଚନ କରୁଥିଲେ ମଧ୍ୟ ଏହା ଥମୁ ନ ଥିବାରୁ ଚାଷୀ ମହଲରେ ଚିନ୍ତାର କାରଣ ପାଲଟିଛି।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories