www.samajalive.in
Friday, December 12, 2025
27.1 C
Bhubaneswar

ଭାର୍ଗବୀରେ ଚାପ ଖେଳିଲେ ଶ୍ରୀ ବାଲୁଙ୍କେଶ୍ୱର ମହାଦେବ

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀବ୍ଲକ ଅନ୍ତର୍ଗତ ବଳପୁର ଗ୍ରାମର ଶ୍ରୀ ବାଲୁଙ୍କେଶ୍ୱର ମହାଦେବ ଦଶହରା ଉପଲକ୍ଷେ ଭାର୍ଗବୀନଦୀରେ ଚାପ ଖେଳିଲେ। ଏହି ନିଆରା ପରମ୍ପରା ଏଠାରେ ଶହ ଶହ ବର୍ଷ ଧରି ରହି ଆସିଛି। ଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ସହିତ କୁଶୁମେଶ୍ୱର ଉଗ୍ରତାରା ଆନନ୍ଦପୁର ଓ ପଣ୍ଡାସାହିର ତାରିଣୀଙ୍କ ସହିତ ଦିହୁଡି ସାହିର ଷଷ୍ଠିଦେବୀ ଅପରାହ୍ନରେ ସୁସଜ୍ଜିତ ବିମାନରେ ବିଜେ କରି ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମରେ ଠାକୁରଙ୍କୁ ଚୁଡାଘଷା ଖଇକୋରା ଲଡୁ ଆଦି ମିଷ୍ଟାନ୍ନ ଫଳମୂଳ ଛେନା ପଇଡ ପଣା ଦୁଆରିଭୋଗ ଲାଗି କରାଯାଇଥିଲା।

ଭାର୍ଗବୀନଦୀରେ ସୁସଜ୍ଜିତ ଦୁଇଟି ଡଙ୍ଗାରେ ଠାକୁର ବିଜେ କରି ଚାପ ଖେଳିଥିଲେ। ନଦୀରେ ଅଢେଇ କୋଶ ଚାପ ଖେଳି ସାରିବା ପରେ ଠାକୁରାଣୀ ମାନଙ୍କୁ ନିଜ ଗ୍ରାମମୁଣ୍ଡ ତୁଠରେ ମେଲାଣି ଦେଇ ବାଲୁଙ୍କେଶ୍ଵର ମହାଦେବ ମନ୍ଦିରକୁ ବିଜେ କରିଥିଲେ। ଟ୍ରଷ୍ଟବୋର୍ଡ଼ ଓ ଗ୍ରାମଦେଶ କୋଠ ପକ୍ଷରୁ କୋଭିଡ ନିୟମ ମାନି ନିରାଡମ୍ବର ଭାବେ ଠାକୁରଙ୍କ ଯାତ୍ରା ଅନୁଷ୍ଠିତ ହୋଇଥିଲା।ସେହିପରି ବିଭୁତି ବାଟିକାରୁ ବରାଳୟଙ୍କ ବିଭୁତି ପାଇଁ ସେବାୟତ ମାନେ ଠାକୁରଙ୍କ ଆଜ୍ଞାମାଳ ଆଣି ମୃତ୍ତିକା ସଂଗ୍ରହ କରିଥିଲେ।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories