BJD Bijuli 480×75 Mob

ବରିଷ୍ଠ ସାମ୍ବାଦିକ ଅମୂଲ୍ୟ ପାଣିଗ୍ରାହୀଙ୍କ ଅକାଳ ବିୟୋଗ

BJD Bijuli 480×75 Mob
କଳାପଥର (ବାଙ୍କୀ):  କଳାପଥର ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଅମୂଲ୍ୟ କୁମାର ପାଣିଗ୍ରାହୀ (୫୦)ଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଅତ୍ୟନ୍ତ ସରଳ ପରଉପକାରୀ ମଣିଷ ଭାବରେ ସେ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିଥିଲେ।
ସ୍ବର୍ଗତ ପାଣିଗ୍ରାହୀ ଦୀର୍ଘ ବର୍ଷଧରି ସମ୍ବାଦ କଳିକା, ପ୍ରଜାତନ୍ତ୍ର,ପର୍ଯ୍ୟବେକ୍ଷକର ସାମ୍ବାଦିକ ଭାବରେ କଳାପଥର ଅଞ୍ଚଳରେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ । ଶ୍ରୀ ପାଣିଗ୍ରାହୀ ମଧ୍ୟ ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଆସୋସିସନର ଦୀର୍ଘ ବର୍ଷ ହେବ ସକ୍ରିୟ ସଭ୍ୟ ଥିଲେ। ତାଙ୍କ ବିୟୋଗରେ  ବାଙ୍କୀର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଡକ୍ଟର ଦେବାଶିଷ ପଟ୍ଟନାୟକ, ବିଜେପି ନେତା ସୁଭ୍ରାଂଶୁ ମୋହନ ପାଢ଼ୀ,ସମାଜସେବୀ ତୁଷାର କାନ୍ତ ଚକ୍ରବର୍ତ୍ତୀ,ବାଙ୍କୀ ପ୍ରେସ କ୍ଳବ ସଭାପତି ବଳଭଦ୍ର ପଣ୍ଡା, ସମ୍ପାଦକ ସୁବାସ ପାଢ଼ୀ, ଉପସଭାପତି ସମରେନ୍ଦ୍ର ମହାପାତ୍ର, ସାମ୍ବାଦିକ ଜ୍ଞାନେନ୍ଦ୍ର ମୋହନ ମିଶ୍ର, ସାମ୍ବାଦିକ ମାନସ ରଞ୍ଜନ ସାହୁ, ଗୌରାଙ୍ଗ ବେହେରା, ବିଭୁ ସାମଲ, ସତ୍ୟବ୍ରତ ଦାସ, ପୂର୍ଣ୍ଣ ଚନ୍ଦ୍ର ସାହୁ, ପଦ୍ମନାଭ ମିଶ୍ର , ଶୁଭେନ୍ଦୁ ମହାପାତ୍ର, ପ୍ରତାପ ନାୟକ, ପ୍ରଶାନ୍ତ କର, ଅନନ୍ତ ରଣା, ଅଶୋକ ରଣା,ଆଇନଜୀବି ପ୍ରଦୀପ ପଟ୍ଟନାୟକଙ୍କ ସମେତ ବହୁ ବୁଦ୍ଧିଜୀବି ଶୋକ ପ୍ରକାଶ କରିଛନ୍ତି।
ଆଜି ନିଜ ଗ୍ରାମ ଖଜୁରୀପଦା ଠାରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଜ୍ୟେଷ୍ଠ ପୁତ୍ର ଅଂଶୁମାନ ପାଣିଗ୍ରାହୀ ମୁଖାଗ୍ନି ଦେଇ ଥିଲେ। ତାଙ୍କ ବିୟୋଗରେ କଳାପଥର ହନୁମାନ ବଜାର ଆଜି ବନ୍ଦ ଥିବା ସୂଚନା ମିଳିଛି।

Comments are closed.