www.samajalive.in
Wednesday, December 10, 2025
23.1 C
Bhubaneswar

ମହିଳାଙ୍କୁ ତଣ୍ଟି ଚିପି ହତ୍ୟା !

ଦିଗପହଣ୍ଡି/ଚିକିଟି: କେ ନୂଆଗାଁ ଥାନା ଅନ୍ତର୍ଗତ ଗଡଗୋବିନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ ପାତ୍ରପୁର ତଣ୍ଡିପୁର ଗ୍ରାମର ସୁଜାତା ବେହେରା ୩ ବର୍ଷ ତଳେ ସୁଜାତା ଦିଗପହଣ୍ଡି ବ୍ଲକ ଗଡଗୋବିନ୍ଦପୁରର କୟାନ ବେହେରାଙ୍କ ପୁଅ କେଦାର ବେହେରାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। କିଛିଦିନ ହେଲା ଶାଶୂ ଘର ଲୋକ ସୁଜାତାକୁ ଶାରୀରିକ ଓ ମାନସିକ ଚାପରେ ରଖୁଥିଲେ ଓ ଆଜି ତାଙ୍କୁ ମାରି ଦେଇଛନ୍ତି ବୋଲି ସୁଜାତାର ବାପା ଘର ଲୋକ ଲିଖିତ ଅଭିଯୋଗ ଆଣିଛନ୍ତି।  ମୃତକ ମହିଳାଙ୍କ ବେକ ଓ ମୁହଁରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ବାପଘର ଲୋ​କେ ଅଭିଯୋଗ କରିଛନ୍ତି। ଆଜି ଅପରାହ୍ନରେ ସୁଜାତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ବେକକୁ ଦବାଇ ମାରି ଦିଆଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଗ୍ରାମରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି।

- Advertisement -

ସର୍ବଶେଷ ଖବର ମୁତାବକ ପୁଲିସ ମହିଳାଙ୍କ ସ୍ବାମୀ କେଦାରକୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ଥାନା ଅଧିକାରୀ ମାଧବାନନ୍ଦ ନାୟକ, ଧାନଘର ଫାଣ୍ଡି ଅଧିକାରୀ ବିଜୟ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି।

Hot this week

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

Related Articles

Popular Categories