ବଣାଇଁ: ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ପଞ୍ଚାୟତ ଅଧିନସ୍ଥ ଥିବା ଉପରପଡା ଗ୍ରାମର ବ୍ରାହ୍ମଣୀ ନଦୀରୁ ସୋମବାର ଏକ ଅଚିହ୍ନା ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଏହି ମୃତଦେହ ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବଣାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ତଦନ୍ତ ଚଲାଇଥିବା ଜଣାପଡ଼ିଛି। ହେଲେ ଉକ୍ତ ମହିଳା ଜଣକ କେଉଁ ଅଞ୍ଚଳର ବା କିଏ ମାରି ପକାଇ ଦେଇ ଫୋପାଡି ଦେଇଛି , ନା ଅନ୍ୟ କିଛି କାରଣ ରହିଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ବଣାଇଁ ଥାନା ଅଧିକାରୀ ଲକ୍ଷ୍ମୀନାରାୟଣ ମାରାଣ୍ଡି ସୂଚନା ଦେଇଛନ୍ତି।
Popular Categories



