www.samajalive.in
Monday, December 8, 2025
14.1 C
Bhubaneswar

ଆଖିରେ ଜଟିଳ ଅସ୍ତ୍ରୋପଚାର ପରେ ଦୁନିଆ ଦେଖିଲା ତିନି ମାସର ଶିଶୁକନ୍ୟା

ସୁନ୍ଦରଗଡ଼ : ଜନ୍ମ ହେଲା ବେଳେ ମୋ ଝିଅର ଓଜନ ମାତ୍ର ୭୦୦ ଗ୍ରାମ ଥିଲା। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଝିଅ ଅଢ଼େଇ ମାସ ରହିଲା। ପରୀକ୍ଷା ହେଲାରୁ ଜଣାପଡ଼ିଲା ଯେ ତା’ ଆଖିରେ କିଛି ଅସୁବିଧା ଅଛି। ଯେଉଁଥିପାଇଁ ଅପରେସନ୍ କରିବାକୁ ପଡ଼ିବ। ଝିଅକୁ କେମିତି ଭଲ କରିବୁ ଆମେ ଚିନ୍ତାରେ ପଡ଼ିଯାଇଥିଲୁ’’, ଏମିତି କିଛି ଦିନ ତଳର କଥା ମନେପକାଇ କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ଏକମା ଗ୍ରାମର ରିଙ୍କି ବାରିକ।

କିନ୍ତୁ ରିଙ୍କି ଓ ତାଙ୍କ ସ୍ୱାମୀ ସଚୀନ୍ଦ୍ରଙ୍କ ସେହି ଚିନ୍ତା ଦୂର ହୋଇପାରିଛି। ଠିକ୍ ସମୟରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ସହଯୋଗରେ ଭୁବନେଶ୍ୱରଠାରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଶିଶୁକନ୍ୟାଟିର ଆଖିରେ ବିରଳ ଅସ୍ତ୍ରୋପଚାର ହୋଇଛି। କୁନି ଝିଅଟି ତା’ ଆଖିରେ ବାପା ମା’ ଓ ଦୁନିଆକୁ ଦେଖିପାରିଛି।

- Advertisement -

ସୂଚନା ଯୋଗ୍ୟ, ଗତ ତିନି ମାସ ତଳେ ରିଙ୍କି ବାରିକ ନିର୍ଦ୍ଧାରିତ ପ୍ରସବ ତାରିଖର ଯଥେଷ୍ଟ ପୂର୍ବରୁ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ପରେ ଶିଶୁଟିର ଦୃଷ୍ଟି ପଟଳରେ ସମସ୍ୟା ରହିଥିବା ଜଣାପଡ଼ିଥିଲା। ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସକେ) ଅଧୀନରେ ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଝିଅଟିର ପରୀକ୍ଷା କରାଯାଇଥିଲା। ଭୁବନେଶ୍ୱରସ୍ଥିତ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ତାପସ ରଞ୍ଜନ ପାଢ଼ୀ ସୁନ୍ଦରଗଡ଼ ଆସି ୩୮ଜଣ ଶିଶୁଙ୍କର ଆଖି ପରୀକ୍ଷା କରିଥିଲେ। ତା’ ଭିତରେ ଏଇ ୩ ମାସର ଝିଅଟିର ଆଖି ଅପରେସନ୍ କରିବା ଜରୁରୀ ବୋଲି ଡାକ୍ତର ମତ ଦେଇଥିଲେ।

କଅଁଳା ଶିଶୁର ଅପରେସନ କଥା ଶୁଣି ପ୍ରଥମେ ଡରି ଯାଇଥିଲେ ସଚୀନ୍ଦ୍ର ଏବଂ ରିଙ୍କି। ତା’ ସାଙ୍ଗକୁ ଅପରେସନ୍ ପାଇଁ ଟଙ୍କା କୁଆଡୁ ଆସିବ, ତାକୁ ନେଇ ଉଭୟ ଚିନ୍ତାରେ ପଡ଼ିଥିଲେ। ହେଲେ ସୁନ୍ଦରଗଡ଼ ଜିଲା ପ୍ରଶାସନ ପିଲାଟିର ଚିକିତ୍ସା ପାଇଁ ଆଗେଇ ଆସିଥିଲା। ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ଆମ୍ବୁଲାନ୍ସରେ ଶିଶୁକନ୍ୟା ସହ ତା’ର ପରିବାରକୁ ଭୁବନେଶ୍ୱର ପଠାଯାଇଥିଲା। ଚକ୍ଷୁ ବିଶେଷଜ୍ଞ ଡାକ୍ତର ତାପସ ରଞ୍ଜନ ପାଢ଼ୀ କ୍ୟାପିଟାଲ ହସ୍ପିଟାଲରେ ତା’ର ଲେଜର ଅପରେସନ କରିଥିଲେ। ଫଳରେ ଝିଅଟି ସୁସ୍ଥ ହୋଇ ଘରକୁ ଫେରିଛି।

‘‘କିଛିଦିନ ତଳେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୮ ଜଣ ଶିଶୁଙ୍କର ଆଖି ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୪ ଜଣ ଶିଶୁଙ୍କ ଦୃଷ୍ଟି ପଟଳରେ ସମସ୍ୟା ଥିବା ଜଣାପଡ଼ିଥିଲା। ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ଭୁବନେଶ୍ୱର ପଠାଯାଇଥିଲା। ୩ ଜଣଙ୍କ ଆଖି ଔଷଧ ଦ୍ୱାରା ଭଲ ହେବ ବୋଲି ଜଣାପଡ଼ିଲା। ତେବେ ସେ ଛୋଟ ଝିଅର ଆଖିରେ ଲେଜର ଅପରେସନ କରାଯାଇଥିଲା। ଏବେ ସେ ସୁସ୍ଥ ଅଛନ୍ତି’’, ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର। ଶିଶୁକନ୍ୟାକୁ ଠିକଣା ସମୟରେ ଚିକିତ୍ସା ମିଳିପାରିଲା। ତାକୁ ଭୁବନେଶ୍ୱର ଅଣାଯାଇ ଅତ୍ୟାଧୁନିକ ସର୍ଜରି କରାଯିବାରୁ ତା’ର ଆଖି ଠିକ ହୋଇପାରିଲା ବୋଲି କହିଛନ୍ତି ଡାକ୍ତର ତାପସ ରଞ୍ଜନ ପାଢ଼ୀ। ଝିଅଟି ଏକପ୍ରକାର ନୂଆ ଜୀବନ ପାଇଥିବାରୁ ତା’ର ମା’ ରିଙ୍କି ଏବଂ ବାପା ସଚୀନ୍ଦ୍ର ବେଶ୍ ଖୁସି। ଏଥିପାଇଁ ସେମାନେ ଜିଲ୍ଲା ପ୍ରଶାସନ ସହ ଆରବିଏସକେ ଏବଂ ଡାକ୍ତରୀ ଟିମକୁ ଧନ୍ୟବାଦ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories