www.samajalive.in
Saturday, December 6, 2025
14.1 C
Bhubaneswar

ଖେଳୁଥିଲେ ପିଲା ; ଲୁଚି ଦେଖୁଥିଲା ପର୍ବତ ସିଂହ

କାଲିଫର୍ଣ୍ଣିଆ : କିଛି ପିଲା ସାଇକେଲା ଧରି ଖେଳୁଥିବା ସମୟରେ ସେମାନଙ୍କୁ ଏକ ମାଉଣ୍ଟେନ ଲାୟନ (ପର୍ବତ ସିଂହ)ଦେଖୁଛି। ଯେଭଳି ସୁଯୋଗ ପାଇବା ମାତ୍ରେ ସେ ଆକ୍ରମଣ କରିବ। ଘଟଣାଟି କାଲିଫର୍ଣ୍ଣିଆର ଏକ ଅଞ୍ଚଳରେ। ଏହି ସମସ୍ତ ଘଟଣାକୁ ସେହି ଲାୟନ (ପର୍ବତ ସିଂହ) ଲୁଚିଥିବା ସ୍ଥାନର ନିକଟରେ ଥିବା ଜଣେ ବ୍ୟକ୍ତି ନିଜ ଘରୁ ସମସ୍ତ ଦୃଶ୍ୟକୁ ଫୋନରେ ଭିଡ଼ିଓ କରିଛନ୍ତି। ଏହି ଭିଡ଼ିଓଟିକୁ ଦେଖି ଲୋକେ ଭୟଭୀତ, ଆଶ୍ଚର୍ଯ୍ୟ ହେବା ସହ ସମସ୍ତ ସମୟରେ ସଚେତନ ରହିବା ନିତ୍ୟାନ୍ତ ଆବଶ୍ୟକ ବୋଲି ସୂଚାଇ ଦେଉଛି। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି। କିଛିଦିନ ତଳର ଏହି ଭିଡ଼ିଓ ବୋଲି ଜଣାପଡ଼ିଛି।
ଭିଡ଼ିଓଟିରେ ସମ୍ପୂର୍ଣ୍ଣ ଦେଖାଯାଉଛି, କୁନିକୁନି ପିଲାମାନେ ନିଜ ସାଇକେଲ ଧରି ଖେଳୁଥିବା ସମୟରେ ତାଙ୍କୁ ଏକ ଘର ସାମ୍ନାରେ ଏହି ମାଉଣ୍ଟେନ ଲାୟନ (ପର୍ବତ ସିଂହ)ଲୁଚି ଦେଖୁଛି। ପିଲାମାନେ ସିଂହକୁ ଦେଖି ନାହାନ୍ତି। ସିଂହଟି ଯେତେବେଳେ କେହି ଆସିବାର ଆଭାସ ପାଉଛି ନିକଟରେ ଥିବା ଏକ କାର ତଳେ ଲୁଚି ଯାଉଛି ଓ କିଛି ସମୟ ପରେ ସେହି ସ୍ଥାନରୁ ପଳାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories