www.samajalive.in
Saturday, December 6, 2025
14.1 C
Bhubaneswar

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ଜଣେ ଆହତ

ଗୁଣପୁର: ଗୁଣୁପୁର ବାଇପାସ ରାସ୍ତା ପାର୍ଶ୍ଵରେ ଥିବା ଏକ ଗାଡି ସର୍ଭିସିଂ ସେଣ୍ଟରେ କାମ କରୁଥିବା ବେଳେ ୧୧କେଭି ବିଦ୍ୟୁତ ସପ୍ଲାଇ ତାର ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।

ପ୍ରାପ୍ତ ଖବରରୁ ଜଣାପଡିଛି ଯେ, ପ୍ରଧାନୀଗୁଡା ଗ୍ରାମର କୋଲକା ରାଜୁ (୨୫) ଏବଂ ଗୁଣପୁର ମୋତିଲାଲ ନଗର ଅଞ୍ଚଳର ପପୁନ କୁମାର ଆଜି ବାଇପାସ ରାସ୍ତା ନିକଟରେ ଥିବା ଗାଡି ସର୍ଭିସିଂ ଦୋକାନରେ ଆଜବେଷ୍ଟ ଟିଣ ସଜାଡୁଥିବା ବେଳେ ୧୧କେଭି ବିଦ୍ୟୁତ ସପ୍ଲାଇ ତାର ସଂସ୍ପର୍ଶରେ ଆସିଥିଲେ। ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର କୋଲକାରାଜୁଙ୍କର ସେଠାରେ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଛନ୍ତି। ପପୁନ ଅଳ୍ପକେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି। ଖବର ପାଇ ସ୍ଥାନୀୟ ପୁଲିସ ମେଡିକାଲରେ ପହଞ୍ଚି ତଦନ୍ତ ଜାରିରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories