ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।
मेरी कोरोना टेस्ट रिपोर्ट पॉजिटिव आई है। मैं ठीक हूँ और मुझे कोई परेशानी नहीं है । डॉक्टर्स की निगरानी में मैंने स्वयं को आइसोलेट कर लिया है ।आप में से जो भी लोग गत कुछ दिनों में मेरे निकट संपर्क में आयें हैं, कृपया सावधानी बरतें और अपनी जाँच करवाएं।
— Tirath Singh Rawat (@TIRATHSRAWAT) March 22, 2021
ରାୱତ ଟ୍ବିଟ୍ କରି କହିଛନ୍ତି ଯେ, ତାଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି। ସେ ସୁସ୍ଥ ଅଛନ୍ତି। ତାଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ସାହିଁ। ଡାକ୍ତରଙ୍କ ତତ୍ଵାବଧାନରେ ସେ ନିଜକୁ ଆଇସୋଲେଶନରେ ରଖିଛନ୍ତି। ଯେଉଁ ବ୍ୟକ୍ତିମାନେ ଗତ କିଛିଦିନ ଧରି ତାଙ୍କ ସହିତ ସମ୍ପର୍କରେ ଆସିଛନ୍ତି ସେମାନେ ସତର୍କତା ଅବଲମ୍ବନ କରି ନିଜର ପରୀକ୍ଷା କରାଇନେବାକୁ ରାୱତ ଟ୍ବିଟ୍ରେ ଅନୁରୋଧ କରିଛନ୍ତି।



