www.samajalive.in
Saturday, December 6, 2025
26.1 C
Bhubaneswar

ବୁଡ଼ିଗଲେ ପୁଅ; ମୃତଦେହ ଦେଖି ମା’ର ମୃତ୍ୟୁ

କାଳିଆପାଣି : ବହୁଚର୍ଚ୍ଚିତ ନଗଡ଼ା ଅଞ୍ଚଳ ଏବେ ବି ଅଗମ୍ୟ ହୋଇ ରହିଥିବା ବେଳେ ଗୁହିଆଶାଳ ଗ୍ରାମର ଜନୈକ ଯୁବକ ବନବିଭାଗ ପୋଖରୀରେ ବୁଡ଼ିଯିବାରୁ ତାର ମୃତ୍ୟୁ ହୋଇଛି। ପୁଅର ମୃତ୍ୟୁ ଖବର ପାଇ ମା’ର ମୃତ ହେବା ଜଣାପଡ଼ିଛି। ପ୍ରକାଶ ଯେ ଶୁକ୍ରବାର ଗୁହିଆଶାଳ ଗ୍ରାମର ଗୁଣ୍ଡୁ ପଧାନଙ୍କ ପୁଅ ବଣୁ ପଧାନ (୨୫) ଗ୍ରାମ ନିକଟରେ ରହିଥିବା ବନବିଭାଗର ଏକ ପୋଖରୀକୁ ପୂର୍ବାହ୍ନରେ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ଗଭୀର ଜଳକୁ ଚାଲି ଯାଇଥିଲା। ସେଠାରୁ ଉଠି ନପାରିବାରୁ ସେଠାରେ ତାର ମୃତ୍ୟୁ ହୋଇଥିଲା। ଅପରାହ୍ନ ପର୍ଯ୍ୟନ୍ତ ଘରକୁ ବଣୁ ନ ଆସିବାରୁ ପରିବାର ଲୋକ ଖୋଜାଖୋଜି କରିଥିବା ବେଳେ ନ ପାଇବାରୁ ପୋଖରୀକୁ ଗାଧୋଇ ଯାଇଥିବା ଗ୍ରାମବାସୀଙ୍କ ନିକଟରେ ପ୍ରକାଶ କରିଥିଲେ। ଜୁଆଙ୍ଗ ଜନଜାତି ଲୋକମାନେ ଗଭୀର ଜଳକୁ ଓହ୍ଲାଇବାକୁ ସାହାସ ଜୁଟାଇ ପାରି ନଥିଲେ। ବିଳମ୍ବରେ ହେଲେ ମଧ୍ୟ କିଛି ଯୁବକ ସାହସ କରି ପୋଖରୀକୁ ଓହ୍ଲାଇ ଖୋଜାଖୋଜି କରି ଗଭୀର ପାଣିରେ ଖୋଜି ବଣୁକୁ ପାଇଥିଲେ। ସେଠାରୁ ତାକୁ ଉଦ୍ଧାର କରାଯିବା ପରେ ଗ୍ରାମରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଗାଁ ଶ୍ମଶାନରେ ତାର ଦାହ କରାଯାଇଛି। ବଣୁର ୨ଟି ଛୋଟ ଝିଅ ରହିଛନ୍ତି। ବଣୁର ମା’ ସୁଆଗି ପଧାନ (୬୨) କିଛି ଦିନ ହେବ ପକ୍ଷଘାତ ରୋଗରେ ପିଡ଼ିତ ରହିଥିବା ବେଳେ ପୁଅର ମୃତ୍ୟୁ ଖବରକୁ ସହି ନପାରି ଆଜି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories