www.samajalive.in
Saturday, December 6, 2025
26.1 C
Bhubaneswar

ହକି ନିଶାରେ ବିଦେଶୀ ଦର୍ଶକ

ଦୀର୍ଘ ୨୦ ବର୍ଷ ପରେ ଫ୍ରାନ୍ସ ବିଶ୍ୱକପ ଖେଳୁଛି। ଏହା ଫ୍ରାନ୍ସ ପାଇଁ ବଡ ସୌଭାଗ୍ୟର ବିଷୟ। ଜାତୀୟ ଦଳର ମ୍ୟାଚ ଦେଖିବା ଲାଗି ପ୍ୟାରିସ୍‍ରୁ ଭୁବନେଶ୍ୱର ଆସିଛି। ହକି ପ୍ରତି ଭୁବନେଶ୍ୱରରେ ଉତ୍ସାହ ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗୁଛି ବୋଲି କହିଛନ୍ତି ଫ୍ରାନ୍ସର ପୂର୍ବତନ ଖେଳାଳି ହେନରିକ୍‍ ଲିଓ। ବିଶ୍ୱ ହକିରେ ଫ୍ରାନ୍ସ ସେଭଳି ଛାପା ଛାଡ଼ିବାରେ ସକ୍ଷମ ହୋଇନାହିଁ। ଭୁବନେଶ୍ୱରକୁ ଆସିବା ପରେ ଦଳ ଭଲ ପ୍ରଦର୍ଶନ କରିବା ନେଇ ଦେଶବାସୀ ଆଶା ରଖିଛନ୍ତି। ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାସ୍ତ ହୋଇଥିଲେ ମଧ୍ୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ ବୋଲି ନିଜ ୪ ବର୍ଷର ଝିଅ ଆନାକ୍ସଙ୍କ ସହ ମ୍ୟାଚ ଦେଖିବାକୁ ଆସିଥିବା ହେନେରିକ୍‍ କହିଛନ୍ତି। ଭୁବନେଶ୍ୱର ସହର ବହୁତ ଭଲ ଲାଗୁଛି। ଛୋଟ ସହରର ସୌନ୍ଦର୍ଯ୍ୟତା ଓ ଆତିଥେୟତା ବହୁତ ସୁନ୍ଦର। ଚମ୍ପିଆନ୍ସ ଟ୍ରଫି ହକି ପ୍ରତିଯୋଗିତା ସମୟରେ ଭୁବନେଶ୍ୱର ସହର ବିଷୟରେ ଜାଣିବାକୁ ପାଇଥିଲି। ୨୦୧୮ ବିଶ୍ୱକପ ଆୟୋଜନ ନେଇ ଭାରତକୁ ଅଧିକାର ମିଳିବା ଓ ଭୁବନେଶ୍ୱରରେ ପ୍ରତିଯୋଗିତା ଆୟୋଜନ ହେବା ନେଇ ଚୂଡାନ୍ତ ପରେ ଏଠାରେ ମ୍ୟାଚ ଦେଖିବାକୁ ଆଗ୍ରହ ସୃଷ୍ଟି ହୋଇଥିଲା। ଫ୍ରାନ୍ସ ବିଶ୍ୱକପ ଲାଗି ଯୋଗ୍ୟତା ହାସଲ କରିବା ପରେ ଏଠାକୁ ଆସିବା ନେଇ ଆଗ୍ରହ ସୃଷ୍ଟି ହୋଇଥିଲା। ମୋର ଏକମାତ୍ର ଝିଅ ଆନାକ୍ସ ଜଣେ ଟେନିସ ଖେଳାଳି ଭାବେ ଗଢି ତୋଳିବାକୁ ନିଷ୍ପତ୍ତି ନେଇଛି ବୋଲି ହେନେରିକ୍‍ କହିଛନ୍ତି। ସେହିପରି ଇଂଲଣ୍ଡରୁ ଆସିଥିବା ସାଦତ ମିଡିଲଟନ କୁହନ୍ତି, ବିଶ୍ୱକପରେ ଏପଯ୍ୟନ୍ତ ମୁଁ ୪୦ଟି ମ୍ୟାଚ ଦେଖିଛି। ୫ଟି ବିଶ୍ୱକପ ଆୟୋଜନ ଦେଶ ବୁଲିଛି। କିନ୍ତୁ ଏଭଳି ଆୟୋଜନ ଓ ପ୍ରସ୍ତୁତି ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଦେଖିବାକୁ ମିଳୁଛି। ହକି ପ୍ରତି ଉତ୍ସାହ ଆମକୁ ଅନୁପ୍ରାଣିତ କରୁଛି ବୋଲି ମିଡିଲଟନ କହିଛନ୍ତି। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ ଖେଳୁଥିବା ଚୀନକୁ ସମର୍ଥନ କରିବା ଲାଗି ଦେଶର ୧୦୦ ପାଖାପାଖି ଦର୍ଶକ ଭୁବନେଶ୍ୱରରେ ଡେରା ପକାଇଛନ୍ତି। ଆୟରଲାଣ୍ଡର ଅଧିକାଂଶ ଦର୍ଶକ ମଧ୍ୟ ଗ୍ୟାଲେରୀରେ ଶୋଭାବର୍ଦ୍ଧନ କରୁଛନ୍ତି। ବିଦେଶୀ ହକିପ୍ରେମୀମାନେ ସନ୍ଧ୍ୟାରେ ମ୍ୟାଚ ଦେଖିବା ସହିତ ଦିନରେ ଭୁବନେଶ୍ୱର ସହର ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳି ବୁଲିବାର ମଜା ନେଉଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories