www.samajalive.in
Saturday, December 6, 2025
16.1 C
Bhubaneswar

ବିଷପିଇ ସ୍ତ୍ରୀର ଆତ୍ମହତ୍ୟା ପରେ ପଙ୍ଖାରେ ଝୁଲିଲେ ସ୍ୱାମୀ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ଶନିବାର ଦୁଃଖଦ ଘଟଣା ଘଟିଛି। ପାରିବାରିକ କଳହ ଯୁବ ଦମ୍ପତିଙ୍କ ଜୀବନ ନେଇଛି। ବିଷ ପିଇ ସ୍ତ୍ରୀ ଆତ୍ମହତ୍ୟା କରିବାର କିଛି ଘଣ୍ଟା ପରେ ରଶି ଲଗାଇ ଫ୍ୟାନରେ ଝୁଲି ପଡିଛନ୍ତି ସ୍ୱାମୀ।
ବଡ଼ବଜାର ଥାନା ଅନ୍ତର୍ଗତ ଡୁଡ଼ୁମା କଲୋନୀର ମାନସରଞ୍ଜନ ପାଢୀ ଓ ତାଙ୍କ ପତ୍ନୀ ପ୍ରଭାସିନୀ ଦୁଇ ସନ୍ତାନଙ୍କ ସହ ରହି ଆସୁଥିଲେ। ମାନସ ଓ ପ୍ରଭାସିନୀ କିଛିବର୍ଷ ତଳେ ପ୍ରେମ ବିବାହ କରିଥିଲେ। ସେହି ସାହିର କିଛି ବାଟରେ ପ୍ରଭାସିନୀଙ୍କ ବାପ ଘର ଲୋକେ ମଧ୍ୟ ରହୁଛନ୍ତି। ଶନିବାର ବିଳମ୍ବିତ ରାତିରେ ପ୍ରଭାସିନୀ କିଛି ବିଷାକ୍ତ ପଦାର୍ଥ ଖାଇ ଦେଇଥିବା ଖବର ପାଇ ତାଙ୍କ ବାପ ଘର ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧା କରି ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରିଥିଲେ। ବଡମେଡିକାଲର ଡାକ୍ତର ପ୍ରଭାସିନୀଙ୍କୁ ମୃତ ଘୋଷଣା କରିଥିଲେ। ବଡ଼ବଜାର ପୁଲିସ ଏ ନେଇ ୩୬/୧୮ରେ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ବ୍ୟବସ୍ଥା କରାଇଥିଲା। ଝିଅକୁ ହରାଇ ବାପଘର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ସକାଳୁ ମାନସଙ୍କ ଘରକୁ ଯାଇଥିଲେ। ହେଲେ ମାନସ ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ। ବହୁବାର କବାଟ ବାଡେଇବା ପରେ ମଧ୍ୟ ଖୋଲି ନଥିଲେ। ପରିବାରବର୍ଗ କବାଟ ଭାଙ୍ଗି ଭିତରକୁ ପଶିବା ପରେ ମାନସଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ନିଜ ଶୋଇବା ଘରର ଫ୍ୟାନରେ ଗାମୁଛା ବାନ୍ଧି ବେକରେ ଗୁଡ଼ାଇ ମାନସ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ସ୍ତ୍ରୀର ମୃତ୍ୟୁ ପରେ ମାନସ ଭାରସାମ୍ୟ ହରାଇ ଏପରି କରିଥାଇ ପାରନ୍ତି ବୋଲି ଶୁଣିବାକୁ ମିଳିଥିଲା। ବଡ଼ବଜାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାନସଙ୍କ ଝୁଲନ୍ତା ଶବ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ବଡ଼ମେଡ଼ିକାଲକୁ ପଠାଇଥିଲା। ଥାନାରେ ୩୭/୧୮ରେ ଆଉ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏହି ଦମ୍ପତି କେଉଁ କାରଣରୁ ଆତ୍ମହତ୍ୟା କଲେ ତାହାର ତଦନ୍ତ କରାଯାଉଥିବା ତଦନ୍ତ ଅଧିକାରୀ ପୁଷ୍ପାଞ୍ଜଳୀ ହାଜରା କହିଛନ୍ତି।
ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା ବୋଲି ସ୍ଥାନୀୟ ବାସିନ୍ଦାଙ୍କ ମୁହଁରୁ ଶୁଣିବାକୁ ମିଳିଛି। ତଦନ୍ତ ପରେ ହିଁ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories