ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ କୁଳାଡରୁ ଗୁରୁବାର ଜଣେ ବ୍ୟକ୍ତିଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ବ୍ୟକ୍ତିଙ୍କ ନାମ ରାମ କାଂପ(୪୦) ଓ ତାଙ୍କ ଘର ନିକଟସ୍ଥ ବଣିଆପଲ୍ଲି ଗ୍ରାମରେ ବୋଲି ଜଣାପଡିଛି। ସେ ଗତ କିଛି ମାସ ଧରି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଏଣେ ତେଣେ ବୁଲୁଥିଲେ। ବୁଧୁବାର ସେ କୌଣସି କାମରେ କୁଲାଡ ଆସି ମଠ ସାହିରେ ମୃତ ଅବସ୍ଥାରେ ପଡି ରହିଥିଲା। ଏହି ସଂକ୍ରାନ୍ତରେ ଖବର ମିଳିବା ପରେ ତାର ସ୍ତ୍ରୀ କୁଲାଡରେ ପହଁଚିଥିଲ।।
ତେବେ ସେ କିଛି ନିଶାଦ୍ରବ୍ୟ ସେବନ କରି ଖରାରେ ଚାଲି ଚାଲି ଆସିଥିବାରୁ ଏଠାରେ ଚେତାଶୂନ୍ୟ ହୋଇ ପଡି ଯାଇଥିବା ଓ ପରେ ତା’ର ମୃତ୍ୟୁ ଘଟିଥିବା ପୁଲିସ ସନ୍ଦେହ କରୁଛି। ଭଂଜନଗର ସବ-ଇନ୍ସପେକ୍ଟର ନିରଂଜନ ଦାସଙ୍କ ସହ ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ପରେ ମୃତଦେହକୁ ଭଂଜନଗର ଡାକ୍ତରଖାନାକୁ ନେଇଥିଲୋ ପୁଲିସ ଏହି ସଂକ୍ରାନ୍ତରେ ଏକ ଅପମୃତ ମାମଲା ରୁଜୁ କରିଥିବା ବେଳେ ଆଜି ଏଠାରେ ଶବ ବ୍ୟବଚ୍ଛେଦ ହେବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ ପ୍ରକାଶ କରିଛି।
ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ, ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର କଲା ପୁଲିସ
Popular Categories



