www.samajalive.in
Saturday, December 6, 2025
15.1 C
Bhubaneswar

ନିଖୋଜ ପୂର୍ବତନ କାଉନସିଲରଙ୍କ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହରେ ଜଣେ ଅଟକ

ବୌଦ୍ଧ : ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ କାଉନସିଲର ଅଗସ୍ତି ମହାକୁଡ(୫୦)ଙ୍କ ଗଳିତ ଶବ ଏକ ବିଲ ମଧ୍ୟରୁ  ରବିବାର ଦିନ ଉଦ୍ଧାର ହୋଇଛି। ମିଳିଥିବା ସୁଚନା ମୁତାବକ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ ନମ୍ବର ୱାର୍ଡର ପୁର୍ବତନ କାଉନସିଲର ଶ୍ରୀମହାକୁଡ ଗତ ୩୦ ତାରିଖ ଠାରୁ ନିଖୋଜ ହୋଇଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ବୌଦ୍ଧ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ରବିବାର ଦିନ ଜିଲାପାଳଙ୍କ ପୁରୁଣାକୋଠା ଠାରୁ ମାତ୍ର ୨୦୦ ମିଟର ଦୂରତାରେ ଏକ ଖୋଲା ଜମିରେ ବାଲି ପଡିଥିବା ସ୍ଥାନରେ କୁକୁରମାନେ ଶବକୁ ଖାଇବା ଆରମ୍ଭ କରିଥିଲେ। ଏହା ଲୋକମାନେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଏହା ନିଖୋଜ ଅଗସ୍ତିର ଶବ ବୋଲି ଜାଣିପାରିଥିଲା। ପୁଲିସ ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ବୌଦ୍ଧ ମେଡିକାଲକୁ ପଠାଇଥିଲା। ମୃତ ଅଗସ୍ତିର ମୁଣ୍ଡ ଓ ହାତରେ ମାଡ ମରାଯାଇଥିବା ଜଣାପଡିଥିଲା। ପୁଲିସ ଏହି ଘଟଣାରେ ଜଣକୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories