www.samajalive.in
Saturday, December 6, 2025
16.1 C
Bhubaneswar

ଯୁବତୀଙ୍କ ସନ୍ଦେହଜନକ ଦୁଷ୍କର୍ମ ମାମଲା, ନିରପେକ୍ଷ ବିଚାର ବିଭାଗୀୟ ତଦନ୍ତ ଦାବି

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଜନୈକ ଯୁବତୀ ନୂଆ ବର୍ଷଦିନ ସନ୍ଦେହଜନକ ଭାବେ ଗ୍ରାମର ଭାଲିଆବାଡରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହା ଦୁଷ୍କର୍ମଜନିତ ବୋଲି ସନ୍ଦେହ ପ୍ରକାଶ ପାଇବାପରେ ଏହାକୁ ନେଇ ଏବେ ଜିଲାରେ ଚର୍ଚ୍ଚା ଜୋର ଧରିଛି। ପୀଡିତା ନବରଙ୍ଗପୁର ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଭାରତୀୟ ଜନତା ପାର୍ଟି (ବିଜେପି)ର ଏକ ଟିମ୍‍ ରବିବାର ଡାକ୍ତରଖାନାର ମହିଳା ୱାର୍ଡକୁ ଯାଇ ପୀଡିତା ଓ ତାଙ୍କର ବୃଦ୍ଧା ମା’କୁ ଭେଟିଥିଲେ। ପୀଡିତା ଶୋଇ ରହିଥିବାବେଳେ ବୃଦ୍ଧା ମା’ ଘଟଣା ସଂପର୍କରେ କିଛି ଜାଣିନଥିବା କହିଥିଲେ।

ଏହାପରେ ଏହି ବିଜେପି ଟିମ୍‍ ସିଡିଏମଓ ଡା.ଶୋଭାରାଣୀ ମିଶ୍ରଙ୍କୁ ଭେଟି ଆଲୋଚନା କରିଛନ୍ତି। ପ୍ରଥମେ ସିଡିଏମଓ ଘଟଣା ସଂପର୍କରେ ଜାଣିନଥିବା କହିଥିଲେ। ପରେ ସେ ଡାକ୍ତରଙ୍କୁ ଡକାଇ ଘଟଣା ସଂପର୍କରେ ପଚାରି ବୁଝିଥିଲେ। ବିଜେପି ଟିମ୍‍ ଯୁବତୀର ଡାକ୍ତର ମାଇନା କରିବାକୁ କହିବାରୁ ସଂପୃକ୍ତ ଯୁବତୀ ମନାକରୁଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା। ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ରେଫର କରାଯାଇଥିଲେ ମଧ୍ୟ ସେ ଯାଉନଥିବା କୁହାଯାଇଥିଲା। ଏହାପରେ ଏହି ବିଜେପି ଟିମ୍‍ ତଦନ୍ତ ଅଧିକାରୀ ପୁଲିସ ଏସଡିପିଓଙ୍କୁ ଭେଟି ଆଲୋଚନା କରିଥିଲେ। ପୁଲିସ ପକ୍ଷରୁ ସଂପୃକ୍ତ ଗାଁକୁ ଯାଇ ଏହାର ତଦନ୍ତ କରାଯାଇଥିବାବେଳେ ଦୁଷ୍ମର୍ମ ସଂପର୍କରେ କୌଣସି ଅଭିଯୋଗ ହୋଇ ନଥିବା କୁହାଯାଇଛି। ତେବେ ବିଜେପି ଟିମ ଏହିଘଟଣାକୁ ନେଇ ସନ୍ଦେହ ପ୍ରକାଶ କରିବା ସହ ଏହାର ନିରପେକ୍ଷ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି। ଯେହେତୁ ପୀଡିତା ଜଣେ ଆଦିବାସୀ ଓ ଗରୀବ ପରିବାରର ହୋଇଥିବାରୁ ଘଟଣାର ସତ୍ୟାସତ୍ୟ ଅଣାଯାଇ ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ଦାବି କରାଯାଇଛି।
ବିଜେପି ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀଙ୍କର ସମେତ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ଜିଲାସଭାପତି ରମେଶ ଚନ୍ଦ୍ର ସାହୁ ଓ ଗୋବିନ୍ଦ ଜୈନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯୁବନେତା ଗୈାରୀଶଙ୍କର ମାଝୀ ,ଜିଲା ଉପସଭାପତି ଜୟନ୍ତ ପାତ୍ର, ଜିଲା ସମ୍ପାଦକ ଅଚ୍ୟୁତାନନ୍ଦ ବିଷୋୟୀ, ଜିଲା ପଛୁଆବର୍ଗ ସଭାପତି ମନୋଜ ମହାଙ୍କୁଡ, ଜିଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଶର୍ମିଷ୍ଠା ଦେଓ, ନଗର ସଭାପତି ପିଣ୍ଟୁ ମିଶ୍ର, ବରିଷ୍ଠନେତା ରମେଶ ପଣ୍ଡା, କୈଳାଶ ପାଣିଗ୍ରାହୀ, ବାବୁଲିପାଳ,ବାବୁଲା ଦାସ,ଦେବୀପ୍ରସାଦ ମହାପାତ୍ରଙ୍କର ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories