www.samajalive.in
Sunday, December 7, 2025
14.1 C
Bhubaneswar

କୁକୁଡାହାଡ ରେଲ ଫାଟକ ପୋଲ ତଳୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

କଂଟାବାଞ୍ଜି : କଂଟାବାଞ୍ଜି ସହର ଉପଖଣ୍ଠ କୁକୁଡାହାଡ ଗାଁ ନିକଟ ପୁରୁଣା ରେଲ ଫାଟକ ଭୂତଳ ପୋଲ ତଳେ ଥିବା ଏକ ନାଳରୁ ରକ୍ତ ଜୁଡୁବୁଡୁ ମୃତଦେହ ଜି.ଆର.ପି. ପୁଲିସ ଦ୍ୱାରା ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଯୁବକଙ୍କ ପରିଚୟ ପ୍ରେମ ପୋଢ (୨୨) ଏବଂ ଘର କଂଟାବାଞ୍ଜି ଏନ୍.ଏ.ସି. ୱାର୍ଡ ନଂ ୧୧ ବନ୍ଧପଡା ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଗତକାଲି ସଂନ୍ଧ୍ୟା ୫ଟା ବେଳେ ଘରୁ ବାହାରକୁ ବୁଲିବାକୁ ଯାଇଥିଲା ହେଲେ ରାତିରେ ଆଉ ଘରକୁ ଫେରି ନ ଥିଲା। ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ତାକୁ ପାଇନଥିଲେ। ଆଜି ସକାଳେ କୁକୁଡାହାଡ ଗ୍ରାମ ପୁରୁଣା ରେଲ ଫାଟକ ଭୁତଳ ପୋଲ ର ଏକ ନାଳ ନିକଟରେ ଏକ ସାଇକେଲ ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ କଂଟାବାଞ୍ଜି ପୁଲିସ ଏବଂ ଜି.ଆର.ପି. ପୁଲିସ ଘଟଣାସ୍ଥଳରେ ପହଂଚିଥିଲେ। ଏହା ଜି.ଆର.ପି. ପୁଲିସ ଅଂଚଳ ହୋଇଥିବାରୁ ମୃତଦେହ ଜବତ କରିବା ସହ ସ୍ଥାନୀୟ ଜି.ଆର.ପି. ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା କେସ ନଂ ୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ କଂଟାବାଞ୍ଜି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ତଦନ୍ତକାରୀ ପୁଲିସ ଅଫିସର ସବ୍ଇନ୍ସପେକ୍ଟର ଫାଣ୍ଡି ଇନଚାର୍ଜ ମୋହନ ନାଏକ ସୂଚନା ଦେଇଛନ୍ତି। ଏହା ସହ ପ୍ରେମ ପୋଢ ତଳେ ପଡି ଯାଇ ମୁଁହ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାତି ନାଳରେ ପଡିଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories