www.samajalive.in
Saturday, December 6, 2025
16.1 C
Bhubaneswar

ପରିବାର ଲୋକ ପାଖରେ ନ ଥିବାରୁ ମଦଭାଟି ଆଗରେ ପଡିରହିଲା ମୃତଦେହ

ବୌଦ୍ଧ : ବୌଦ୍ଧ ଜିଲା ବାଉଁଶୁଣୀ ଥାନା ବହିରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଦେଇପୁର ମଦଭାଟି ସମ୍ମୁଖରେ ଜଣେ ମଦ୍ୟପଙ୍କ ମୃତଦେହ ଗତକାଲିଠାରୁ ପଡି ରହିଥିଲେ ମଧ୍ୟ ସତ୍କାର ହୋଇନପାରିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।

ସୂଚନା ମୁତାବକ, ସଦେଇପୁର ଗ୍ରାମର ଅଇଁଠୁ ବେହେରା (୫୫) ପରିବାରଠାରୁ ଅଲଗା ହୋଇ ଗ୍ରାମରେ ଏକୁଟିଆ ରହିବା ସହିତ ନିୟମିତ ମଦ୍ୟପାନ କରୁଥିଲେ। ଅଇଁଠୁଙ୍କ ପୁଅ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯାଇଥିବା ବେଳେ ପତ୍ନୀ ଓ ଝିଅ ଅନ୍ୟ ଗ୍ରାମରେ ରହନ୍ତି। ଗତକାଲି ଅଇଁଠୁ ମଦ୍ୟପାନ କରିବାକୁ ଆସି ଭାଟି ଠାରୁ ଟିକଏ ଦୂରରେ ପଡିଯାଇଥିଲେ। ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ହେଲେ ପରିବାରଲୋକ ପାଖରେ ରହୁନଥିବାରୁ ଗତକାଲିଠାରୁ ଆଜି ପୂର୍ବାହ୍ନ ପର୍ଯ୍ୟନ୍ତ ସେହିଠାରେହିଁ ଶବ ପଡିରହିଥିଲା। ସ୍ୱାମୀଙ୍କ ମୃତ୍ୟୁ ସୂଚନା ଗ୍ରାମବାସୀଙ୍କ ନିକଟରୁ ପାଇବାପରେ ପତ୍ନୀ ତାଙ୍କର କୌଣସି ଅଭିଯୋଗ ନଥିବା ଏବଂ ଶବକୁ ଦାହ କରିଦେବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। ଶେଷରେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଆଜି ମଧ୍ୟାହ୍ନରେ ମୃତକଙ୍କ ଶବଦାହ କରାଯାଇଥିବା ଜଣାପଡିଛି। ଘଟଣା ସଂପର୍କରେ ବାଉଁଶୁଣୀ ଥାନା ଅଧିକାରୀ ସୁବାଶ ଚନ୍ଦ୍ର ରାୟଗୁରୁଙ୍କୁ ପଚାରିବାରେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories