www.samajalive.in
Sunday, December 7, 2025
15.1 C
Bhubaneswar

ଶିକୁଲିପଦର ପଞ୍ଚାୟତ : ମାସରେ ୧୫ ଦିନ ରହୁନି ବିଜୁଳି

ମୋହନା :  ଗଜପତି ଜିଲ୍ଲା ମୋହନା ବ୍ଲକର ଶିକୁଲିପଦର ପଞ୍ଚାୟତରେ ମାସରେ ୧୫ ଦିନ ବିଜୁଳି ରହୁନି । ଯାହାଫଳରେ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପଞ୍ଚାୟତର ଜନସଂଖ୍ୟା ୫ହଜାର ଥିବାବେଳେ କେବଳ ଶିକୁଳିପଦର ଗ୍ରାମରେ ୫ଶହ ଲୋକ ବସବାସ କରନ୍ତି । ଏଠାରେ ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଇଣ୍ଡିଆନ ବ୍ୟାଙ୍କ, ଡାକ ଉପଘର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ବର୍ତ୍ତମାନ କରୋନା କାଳରେ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକା  ମହଜୁଦ ରହିଛି। ଡାକ୍ତରଙ୍କ କହିବା ପ୍ରକାରେ ଏହି ଟୀକା ଗୁଡିକ ବିନା ଫ୍ରିଜରେ ରହିବ ନାହିଁ। ବାହାରେ ୧୦ ମିନଟ ଯଦି ଟିକା ରହେ ତେବେ ଟିକା ଗୁଡ଼ିକ ନଷ୍ଟ ହୋଇଯିବ। ଏଥିପାଇଁ ବିଜୁଳିର ଆବଶ୍ୟକତା ଜରୁରୀ। କିନ୍ତୁ ଘଣ୍ଟା ଘଣ୍ଟା ଧରି ଏଠାରେ କରେଣ୍ଟ ରହୁନାହିଁ । ମାସରେ ପ୍ରାୟ ୧୫ରୁ ୧୭ ଦିନ ବିଜୁଳି ରହୁନାହିଁ। ଯାହାଫଳରେ ବ୍ୟାଙ୍କ ସେବା, ଡାକସେବା, ଛାତ୍ର/ଛାତ୍ରୀମାନଙ୍କ ଅନଲାଇନ ପାଠପଢ଼ା, ସରକାରଙ୍କ ଅତି ଜରୁରୀ କାଳୀନ ସେବାରେ ବାଧାପ୍ରାପ୍ତ ହେଉଛି । ବର୍ଷା, ପବନ, କାଳବୈଶାଖୀ ନଥାଇ ବି ପ୍ରାୟ ଘଣ୍ଟା ଘଣ୍ଟା ଧରି ଗ୍ରାମ ଗୁଡିକରେ ବିଦ୍ୟୁତ ରହୁନି । ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ଵାର ଅଭିଯୋଗ କଲେ ମଧ୍ୟ  ସୁଫଳ ମିଳୁନି। ଏ ସମ୍ପର୍କରେ ଚନ୍ଦ୍ରଗିରି ବିଦ୍ୟୁତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ଗୌତଙ୍କୁ ପଚାରିବାରୁ ସେ କର୍ମଚାରୀ ଅଭାବରୁ ଏଭଳି ସମସ୍ୟା ଘଟୁଛି ଏବଂ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଏ ସଂପର୍କରେ ଅବଗତ କରାଯାଇଥିବା କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories