ରେଳଧରଣାରୁ ଅଜଣା ଯୁବକର ମୃତଦେହ ଉଦ୍ଧାର

ଅନୁଗୋଳ : ଅନୁଗୋଳ- ତାଳଚେର ରେଳ ଲାଇନର ଅନୁଗୋଳ ଷ୍ଟେସନଠାରୁ ୩୦ ଫୁଟ ଦୂରରେ ଶୁକ୍ରବାର ରାତିରେ ଜଣେ ଅଜଣା ଯୁବକର ମୃତଦେହ ଉଦ୍ଧାର ହୋଇଛି । ରାତି  ପ୍ରାୟ ୧୦ ଟା ସମୟରେ ଏହି ଘଟଣା ଘଟିଥିବା ଜଣାପଡିଛି । ରେଳ ଧାରଣାରେ କଟି ଯୁବକ ଜଣଙ୍କର ମୁଣ୍ଡ ଗଣ୍ଡିରୁ ଅଲଗା ହୋଇଯାଇଛି । ତେବେ ଦୁର୍ଘଟଣାର କାରଣ ଜଣା ପଡିନାହିଁ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.