ନବରଙ୍ଗପୁର : ଡ଼ାବୁଗାଁ ଥାନା ଅନ୍ତର୍ଗତ କେରାଣ୍ଡି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଭାଇର ଠେଙ୍ଗାମାଡ଼ରେ ଅନ୍ୟ ଏକ ଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ତୁଳାରାମ ମାଝି। ଅଭିଯୁକ୍ତ କୁନି ମାଝିକୁ ସମ୍ପୃକ୍ତ ଘଟଣାରେ ପୁଲିସ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ, ପାରିବାରିକ କଳହକୁ କେନ୍ଦ୍ର କରି ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ଫଳରେ ଜଣେ ଭାଇର ଠେଙ୍ଗା ମାଡ଼ରେ ଅନ୍ୟ ଭାଇର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
Popular Categories



