ଓଡିଶାରେ ସୁବିଧାରେ ଋଣ ଦେଉଛି ଡିସିବି ବ୍ୟାଙ୍କ

ଭୁବନେଶ୍ୱର – ଓଡିଶାରେ ସ୍ୱଳ୍ପ ରୋଜଗାର କରୁଥିବା ବ୍ୟକ୍ତିଙ୍କ ଠାରୁ  ଧନୀ ପର୍ଯ୍ୟନ୍ତ ସମସ୍ତଙ୍କ ଆବଶ୍ୟକତା ଅନୁସାରେ ଡିସିବି ବ୍ୟାଙ୍କ ଋଣ ପ୍ରଦାନ କରୁଛି । ଏବେ ଓଡ଼ିଶାରେ ୫୧ଟି ଶାଖା ଅଛି ଖୁବ ଶୀଘ୍ର ଏହା ଆହୁରି ୨ ଟି ଶାଖା ଖୋଲିବା ସହ ରାଜ୍ୟର ଉପାନ୍ତ ଅଞ୍ଚଳରେ ମଧ୍ୟ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖିଛି ବୋଲି ଏହାର  ରିଟେଲ୍ ଏବଂ କୃଷି ଋଣ  ବିଭାଗର ସର୍ବ ଭାରତୀୟ ମୁଖ୍ୟ ନରେନ୍ଦ୍ରନାଥ ମିଶ୍ର କହିଛନ୍ତି ।

ଡିସିବି ଏବେ ଛୋଟ ସହରମାନଙ୍କରେ  ଉପଭୋକ୍ତାମାନଙ୍କୁ ସହଜରେ ଗୃହ ଋଣ ଉପଲବ୍ଧ କରାଯାଉଛି । ଏହା ସହ ସ୍ୱଳ୍ପ ଆୟ କରୁଥିବା ବ୍ୟକ୍ତି ରାଜମସ୍ତ୍ରୀ, କ୍ଷୁଦ୍ର ବ୍ୟବସାୟୀ, ରାଜମିସ୍ତ୍ରୀଙ୍କୁ ମଧ୍ୟ ସହଜରେ ଋଣ ଉପଲବ୍ଧ କରାଯାଉଛି । ବ୍ୟାଙ୍କର କୌଣସି ହିଡେନ୍‌ ଚାର୍ଜେସ୍‌ ନଥାଏ । ଏହା ଉପଭୋକ୍ତାଙ୍କୁ ସ୍ୱଚ୍ଛତାର ସହ ସେବା ଯୋଗାଇ ଦେଇଥାଏ ବୋଲି ନରେନ୍ଦ୍ର ନାଥ କହିଛନ୍ତି ।  ବ୍ୟାଙ୍କର ବିଭିନ୍ନ ଶାଖାରେ ସହଜରେ ସୁନା ବନ୍ଧକ ଋଣ ଉପଲପବ୍ଧ  କରାଯାଉଛି । ଗ୍ରାହକମାନେ ସହଜରେ ଏହି ଋଣ ପାଇ ପାରୁଛନ୍ତି । ଚାଷୀମାନଙ୍କୁ  କୃଷି କାର୍ଯ୍ୟ ପାଇଁ  ଋଣ ପ୍ରଦାନ କରାଯାଉଛି । ଏହା ସହ ବିଭିନ୍ନ ଜରୁରୀ ସମୟର ଆବଶ୍ୟକତା ପାଇଁ ଜମି ବନ୍ଧକ ରଖି ସହଜରେ ଋଣ  ପ୍ରଦାନ କରାଯାଉଛି । ଏବେ ବିଭିନ୍ନ ଋଣର କିସ୍ତି ପ୍ରଦାନକୁ ଡିଜିଟାଲିକରଣ କରାଯାଇଥିବା ଡିସିବି ବ୍ୟାଙ୍କର  ରିଟେଲ୍ ଏବଂ କୃଷି ଋଣ  ବିଭାଗର ସର୍ବ ଭାରତୀୟ ମୁଖ୍ୟ ନରେନ୍ଦ୍ରନାଥ ମିଶ୍ର କହିଛନ୍ତି । ରିଜର୍ଭ ବ୍ୟାଙ୍କର ସର୍ତ୍ତାବଳୀ ଅନୁସାରେ ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ସହ ଏହାର ଅଭିବୃଦ୍ଧିକୁ ଡିସିବି ବ୍ୟାଙ୍କ ଜାରି ରଖିଛି ।

Comments are closed.