ଉନ୍ନୟନ କମିଶନର ଓ ୫-ଟି ସଚିବଙ୍କ ଓଲଟପୁର ଗସ୍ତ: ନିଆଳି ଓଲଟପୁର ରାସ୍ତା ଦୁଇ ଥକିଆ ହେବ. ହସ୍ପିଟାଲ ପାରିପାର୍ଶ୍ଵିକ ଅଞ୍ଚଳର ହେବ ବିକାଶ
ଭୁବନେଶ୍ୱର: ଓଲଟପୁର ସ୍ଥିତ ନିରତାର ଅସ୍ଥି ଚିକିତ୍ସା ତଥା ଥାଇଥାନ ସମ୍ପର୍କିତ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ. ପ୍ରତିଦିନ ରାଜ୍ୟ ର ବିଭିନ୍ନ ଅଂଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି। ରୋଗୀମାନେ ଯେପରି ସୁବିଧାରେ ଏହି ପ୍ରତିଷ୍ଠାନ ର ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ କ୍ରମେ ଆଜି ଉନ୍ନୟନ କମିଶନର ପ୍ରଦୀପ ଜେନା ୫-ଟି ସଚିବ ଭି କେ ପାଣ୍ଡିଆନ ଓଲଟପୁର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସେମାନଙ୍କ ସହିତ ପୂର୍ତ୍ତ ବିଭାଗ ସଚିବ ଶ୍ରୀ ବୀର ବିକ୍ରମ ଯାଦବ , କଟକ ଜିଲ୍ଲାପାଳ ଶ୍ରୀ ଭବାନୀ ଚଇନି ଓ ପୂର୍ତ୍ତ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସ୍ଥାନୀୟ ଲୋକ ଓ ରୋଗୀ ମାନଙ୍କ ସହ ଆଲୋଚନା ପରେ ନିମ୍ନୋକ୍ତ ନିଷ୍ପତ୍ତି ନିଆଯାଇଛି। ରୋଗୀ ମାନେ ଯେପରି ସୁବିଧାରେ ନିରତାରରେ ପହଞ୍ଚି ପାରିବେ ସେଥିପାଇଁ ନିଆଳି ଅଡଶପୁର ରାସ୍ତାର ବୋଇରାଇ ଛକ ଠାରୁ ଓଲଟପୁର ନିରତାର ପର୍ଯ୍ୟନ୍ତ ରାସ୍ତାକୁ ଦୁଇ ଥକିଆ କରାଯିବ। ନିରତାର ହସ୍ପିଟାଲ ପାର୍ଶ୍ଵ ବର୍ତ୍ତି ଜମି ଅଧିଗ୍ରହଣ କରି ସେ ଅଂଚଳର ବିକାଶ କରାଯିବ। ହଷ୍ଟେଲ ର ମଧ୍ୟ ଉନ୍ନତି କରାଯିବ। ଏହି ଗସ୍ତ ଅବସରରେ ଉନ୍ନୟନ କମିଶନର ଓ ୫-ଟି ସଚିବ ହସ୍ପିଟାଲ ର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।
Comments are closed.