www.samajalive.in
Saturday, December 6, 2025
15.1 C
Bhubaneswar

ଜନ୍ମବାର ଅନୁଯାୟୀ ଜାଣନ୍ତୁ କିଭଳି ଆପଣଙ୍କ ସ୍ୱଭାବ

ଜ୍ୟୋତିଷ ଶାସ୍ତ୍ରରେ ଜନ୍ମବାରର ବିଶେଷ ମହତ୍ତ୍ୱ ରହିଛି। ଜନ୍ମବାରର ସ୍ୱାମୀ, ଗ୍ରହ ଅନୁଯାୟୀ ବ୍ୟକ୍ତିର ସ୍ୱଭାବ ବିଷୟରେ ବହୁ କିଛି ତଥ୍ୟ ଜଣାଇଥାଆନ୍ତି। ବ୍ୟକ୍ତିର ସ୍ୱଭାବ କିପରି, ତାହା ତା’ର ଜନ୍ମବାର ଉପରେ ନିର୍ଭର କରିଥାଏ ବୋଲି ମାନ୍ୟତା ରହିଛି। ଜାଣନ୍ତୁ ବାର ଅନୁସାରେ କିଭଳି ଅଟେ ବ୍ୟକ୍ତିଙ୍କ ସ୍ୱଭାବ ….
ସୋମବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ମନୁଆ (ମୁଡ୍ଡି ) ସ୍ୱଭାବର ଅଟନ୍ତି। ବିବାହପରେ ଏମାନଙ୍କ ଭାଗ୍ୟରେ ଅଧିକ ସଫଳତା ମିଳିଥାଏ। ନିଜ ସମ୍ପର୍କ ପ୍ରତି ଏମାନେ ଖୁବ ଯତ୍ନବାନ ଅଟନ୍ତି।
ମଙ୍ଗଳବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା କ୍ରୋଧି ଅଟନ୍ତି। ପିଲାବେଳେ ରୋଗଗ୍ରସ୍ତ ରହିଥାଆନ୍ତି। ଖଳ ପ୍ରକୃତିର ଲୋକଙ୍କ ଠାରୁ ଏମାନେ ନିଜକୁ ଦୂରେଇ ରଖିବା ଉଚିତ।
ବୁଧବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ଧନବାନ ଅଟନ୍ତି। ମାତ୍ର ନିଜର ଅଂହକାରକୁ ନିୟନ୍ତ୍ରଣ ରଖିବା ଦ୍ୱାରା ଏଭଳି ବ୍ୟକ୍ତି ଅଧିକ ସଫଳତା ପାଇଥାଆନ୍ତି।
ଗୁରୁବାର –  ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ଭାଗ୍ୟଶାଳୀ ଅଟନ୍ତି। ଏମାନଙ୍କୁ ଖୁବ ମାନସମ୍ମାନ ମିଳିଥାଏ। ଅନ୍ୟମାନଙ୍କୁ ଅନ୍ଧ ଭଳି ବିଶ୍ୱାସ କରନ୍ତୁ ନାହିଁ।
ଶୁକ୍ରବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ଆଧ୍ୟାତ୍ମିକ  ସ୍ୱଭାବର ଅଟନ୍ତି। ଭଗବାନଙ୍କ ବିଶେଷ କୃପା ଏମାନଙ୍କ ଉପରେ ଥାଏ। ଏମାନେ କାର୍ଯ୍ୟରେ ଅବହେଳା କରିବା ଉଚିତ ନୁହେଁ।
ଶନିବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ଜୀବନରେ ବହୁ ବାଧାବିଘ୍ନ ଅତିକ୍ରମ କରି ସଫଳତା ପାଇପାରିଥାଆନ୍ତି।
ରବିବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ନିଜ ସ୍ୱାସ୍ଥ୍ୟ ଉପରେ ଯତ୍ନ ନନେବା ଦ୍ୱାରା ରୋଗଗ୍ରସ୍ତ ହୋଇଥାଆନ୍ତି। କଷ୍ଟ କରି ଜୀବନରେ ସଫଳତା ପାଇଥାଆନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories