www.samajalive.in
Sunday, December 7, 2025
26.1 C
Bhubaneswar

ଇଣ୍ଡୋନେସିଆର ପ୍ରତିଷ୍ଠାତା ସୁକର୍ଣ୍ଣୋଙ୍କ ପୁତ୍ରୀ ହିନ୍ଦୁ ଧର୍ମ ଗ୍ରହଣ କରିବେ

ଜାକର୍ତ୍ତା: ଇଣ୍ଡୋନେସିଆର ପ୍ରତିଷ୍ଠାତା ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ପୁତ୍ରୀ ସୁକମାୱାତି ସୁକର୍ଣ୍ଣୋପୁତ୍ରୀ ଆନୁଷ୍ଠାନିକ ଭାବରେ ହିନ୍ଦୁ ଧର୍ମ ଗ୍ରହଣ କରିବେ । ଚଳିତ ମାସ ୨୬ ତାରିଖରେ ଏଠାରେ ଆୟୋଜିତ ଏକ ଉତ୍ସବକରେ ସେ ହିନ୍ଦୁ ଧର୍ମରେ ଦୀକ୍ଷିତ ହେବେ ବୋଲି ଜଣାଯାଁଇଛି । ସୁକମାୱାତି ସୁକର୍ଣ୍ଣୋପୁତ୍ରି ହେଉଛନ୍ତି ଦେଶର ପ୍ରଥମ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କର ତୃତୀୟ କନ୍ୟା । ସେ ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିବେ ବୋଲି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ୬୯ ବର୍ଷ ବୟସ୍କା ସୁକମାୱାତି ହେଉଛନ୍ତି ଇଣ୍ଡୋନେସିଆନ ନ୍ୟାସନାଲ ପାର୍ଟିର ପ୍ରତିଷ୍ଠାତ୍ରୀ । ସେ କାନଜେଙ୍ଗ ଗୁସ୍ତି ପାଙ୍ଗେରାନ ଆଦିପତି ଆର‌୍ୟା ମାଙ୍ଗକୁନେଗାରା ୯ମଙ୍କୁ ବିବାହ କରିଥିଲେ । ପରେ ୧୯୮୪ରେ ସେମାନଙ୍କର ବିବାହ ବିଚ୍ଛେଦ ଘଟିଥିଲା । ସୁକମାୱାତିଙ୍କ ଓକିଲ କହିଛନ୍ତି ଯେ ସୁକମାୱାତିଙ୍କର ହିନ୍ଦୁ ଧର୍ମ ସମ୍ପର୍କରେ ଅଗାଧ ଜ୍ଞାନ ରହିଛି ଏବଂ ସେ ହିନ୍ଦୁ ଧର୍ମର ସମସ୍ତ ରୀତି ନୀତି ସମ୍ପର୍କରେ ଭଲ ଭାବରେ ଅବଗତ ଅଛନ୍ତି । ୨୦୧୮ରେ ସୁକମାୱାତି ତାଙ୍କ ଭାଷଣରେ ମୁସଲମାନ ମହିଳା ପରିଧାନ କରୁଥିବା ବୁର୍ଖା ଅପେକ୍ଷା ଇଣ୍ଡୋନେସିଆର ମହିଳାମାନେ ପରିଧାନ କରୁଥିବା ପାରମ୍ପରିକ ପୋଷାକ ଅଧିକ ସୁନ୍ଦର ବୋଲି କହିବା ପରେ ସେ ଇସଲାମ ଧର୍ମାବଲମ୍ବୀମାନଙ୍କର କ୍ରୋଧଚକ୍ଷୁର ସମ୍ମୁଖୀନ ହୋଇଥିଲେ । ଏହାପରେ ସେ ଏଥିପାଇଁ ଦେଶର ସମସ୍ତ ମୁସଲମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଣ୍ଡୋନେସିଆରେ ଇସଲାମ ଧର୍ମାବଲମ୍ବୀ ସଂଖ୍ୟାଗରିଷ୍ଠ ଅଟନ୍ତି ଏବଂ ଦକ୍ଷିଣ ପୂର୍ବ ଏସିଆରେ ଏହି ରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ ମୁସଲମାନ ବାସ କରୁଛନ୍ତି । ଏହାସହିତ ଭାରତ, ନେପାଳ ଓ ବାଂଲାଦେଶ ପରେ ଇଣ୍ଡୋନେସିଆରେ ଚତୁର୍ଥ ସର୍ବାଧିକ ହିନ୍ଦୁ ମଧ୍ୟ ବାସ କରୁଛନ୍ତି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories