www.samajalive.in
Monday, December 15, 2025
15.1 C
Bhubaneswar

ଦଳ ବଦଳାଇଲା ମଧ୍ୟସ୍ଥି… ଜନ୍ମକଲା ଝିଅକୁ ଅପହରଣ ବେଳେ ଛେଚା ଖାଇଲା ମା’ !

ନୀଳଗିରି : ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସମ୍ପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ଜନ୍ମକଲା ଝିଅକୁ ମଧ୍ୟସ୍ଥିଙ୍କୁ ଦ୍ୱାରା ଚୋରି କରିବା ପରେ କାରରେ ଅପହରଣ କରି ଭୁବନେଶ୍ୱର ପଳାଉଥିବା ସମୟରେ ନିସ୍ତୁକ ଛେଚା ଖାଇଛନ୍ତି ମା’ ଓ ସମ୍ପର୍କୀୟ।
ମିତ୍ରପୁର ଅଞ୍ଚଳର ଭାଗବତ ରାଉତ ୧୨-୧୪ବର୍ଷ ପୂର୍ବରୁ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ସୁସଂଗୀତା ମଙ୍ଗରାଜଙ୍କୁ ଭଲ ପାଇ ବିବାହ କରିଥିଲେ। ବିବାହର ମାତ୍ର ୩-୪ବର୍ଷ ପରେ ସେମାନଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହେବାରୁ ମା’ ସାନଝିଅକୁ ଧରି ଭୁବନେଶ୍ୱର ପଳାଇଥିଲା। ବଡ଼ଝିଅ ବାପା ପାଖରେ ରହି ସମ୍ପ୍ରତି ସ୍ଥାନୀୟ ଏକ ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଛି। ତେବେ ବଡ଼ଝିଅକୁ ନିଜ କବ୍‍ଜାକୁ ଆଣିବା ଉଦେଶ୍ୟରେ ମା’ ମିତ୍ରପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ହାତବାରିସି କରି ଅପହରଣ କରିବା ପାଇଁ ଯୋଜନା ରଚିଥିଲା। ଏନେଇ ସମ୍ପୃକ୍ତ ମଧ୍ୟସ୍ଥିକୁ ୫ହଜାର ଟଙ୍କା ମଧ୍ୟ ଦେଇଥିଲା। ଜନ୍ମାଷ୍ଟମୀରେ ଏକ ୱାଗନର କାରରେ ଭୁବନେଶ୍ୱରରୁ ନୀଳଗିରି ପହଞ୍ଚିଥିଲେ ମା’ ସୁସଂଗୀତା ମଙ୍ଗରାଜ, ତାଙ୍କ ଭଉଣୀ ସସ୍ମିତା, ବାପା ସୁବାସ ଓ ମାମୁ ପ୍ରଭାତ ସାମନ୍ତରାୟ। ଝିଅଟି ଟ୍ୟୁସନ ଯାଉଥିବା ରାସ୍ତାରେ ମଧ୍ୟସ୍ଥି ଜଣକ ଝିଅକୁ ଅପହରଣ କରି ମା’ କୁ ହସ୍ତାନ୍ତର କରିଥିଲା। ତତକ୍ଷଣାତ ଝିଅକୁ ଧରି ମା’ ଓ ସମ୍ପର୍କୀୟମାନେ ଭୁବନେଶ୍ୱର ପଳାଉଥିବା ସମୟରେ ମିତ୍ରପୁର-ନୀଳଗିରି ରାସ୍ତାର କଣ୍ଟାବଣିଆ ଛକରେ ବାପା ଭାଗବତ ଓ ସମ୍ପର୍କୀୟମାନେ ପହଞ୍ଚି ଯାଇଥିଲେ। ଉତ୍ତ୍ୟକ୍ତ ଲୋକେ ମା’ ଓ ସମ୍ପର୍କୀୟମାନଙ୍କୁ ସେଠାରେ ନିସ୍ତୁକ ମାଡ଼ ଦେବା ସହ କାରଟିକୁ ଭଙ୍ଗାରୁଜା କରିଥିଲେ। ପରେ ଏହି କଥା ନୀଳଗିରି ଥାନାକୁ ଆସିବା ପରେ ଗୁରୁବାର ସନ୍ଧ୍ୟାରେ ଉଭୟ ପକ୍ଷଙ୍କ ଭିତରେ ଆପୋଷ ବୁଝାମଣା ହୋଇ ମା’ ଓ ସମ୍ପର୍କୀୟମାନେ ଝିଅକୁ ଛାଡ଼ି ଭୁବନେଶ୍ୱର ପଳାଇଥିବା ସୂଚନା ମିଳିଛି ।
ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ଯେ, ୫ହଜାର ଟଙ୍କା ବଇନା ନେଇ ଝିଅକୁ ଅପହରଣ କରିବାକୁ ଯାଇଥିବା ସମ୍ପୃକ୍ତ ମଧ୍ୟସ୍ଥି ଜଣକ ସମସ୍ତ ଘଟଣାବଳୀ ଝିଅର ବାପାଙ୍କୁ ଜଣାଇ ଦେଇଥିଲା। ଏହି ଅପହରଣକାରୀଙ୍କୁ ପାନେ ଦେବା ଉଦେଶ୍ୟରେ ମଧ୍ୟସ୍ଥି ଜଣକ ଝିଅକୁ ମା’ ପାଖରେ ଆଣି ଛାଡ଼ିଥିଲା। ପଛରେ ବାଇକରେ ବାପା ଓ ତାଙ୍କ ସମ୍ପର୍କୀୟମାନେ କଣ୍ଟାବଣିଆ ଛକରେ ପହଞ୍ଚି ସେମାନଙ୍କୁ ଅଟକାଇବା ପରେ ଆକ୍ରମଣ ହୋଇଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories