www.samajalive.in
Sunday, December 14, 2025
18.1 C
Bhubaneswar

୨୫୬ କୋଟି ଟଙ୍କାର ଡ୍ରଗ୍ସ ରାକେଟ୍ ଠାବ, ରହିଛି ଦାଉଦ ସମ୍ପୃକ୍ତି

ମୁମ୍ବଇ, ୨୩ା୧୦: ମୁମ୍ବଇ କ୍ରାଇମବ୍ରାଞ୍ଚର ୟୁନିଟ୍ ୭କୁ ବଡ ସଫଳତା ମିଳିଛି। ପୁଲିସ ଦାଉଦ ନେଟୱର୍କ ସହ ଜଡିତ ସଲିମ ଡୋଲାର ଖାସ୍ ସାଥୀ ମୋହମ୍ମଦ ସଲିମ ସୁହେଲ ଶେଖକୁ ଗିରଫ କରିଛି। ଅଭିଯୁକ୍ତ ଅନେକ ଦିନ ଧରି ଦୁବାଇରେ ବସି ଭାରତରେ ଡ୍ରଗ୍ ନେଟୱର୍କକୁ ପରିଚାଳନା କରୁଥିଲା। କୁର୍ଲା ଅଞ୍ଚଳରେ ଜଣେ ମହିଳା ଡ୍ରଗ୍ସ ସପ୍ଲାଇ କରୁଥିବା ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ୧୬ ଫେବୃୟାରୀ ୨୦୨୪ରେ ସୂଚନା ମିଳିଥିଲା। କାର୍ଯ୍ୟାନୁଷ୍ଠାନ ସମୟରେ ପୁଲିସ ପରବିନ୍ ବାନୋ ଗୁଲାମ ଶେଖକୁ ୬୪୧ ଗ୍ରାମ ଡ୍ରଗ୍ସ ଓ ୧୨ ଲକ୍ଷ ଟଙ୍କା ସହ ଧରିଥିଲା। ପଚରାଉଚରାରେ ସେ ସଲିମ୍ ଶେଖ୍ ଓ ସଲିମ ଡୋଲା ସହ ସମ୍ପୃକ୍ତ ଥିବା ସ୍ବୀକାର କରିଥିଲା।

ଏହା ପରେ ପୁଲିସ ମିରା ରୋଡରୁ ସାଜିଦ ମୋହମ୍ମଦ ଆସିଫ୍ ଶେଖକୁ ଗିରଫ କରିବା ସହ ତା’ ଘରୁ ୩ କିଲୋ ଡ୍ରଗ୍ସ ଓ ୩.୬୮ ଲକ୍ଷ ଟଙ୍କା ଜବତ କରିଥିଲା। ଯାଞ୍ଚ ପରେ ସେ ସାଙ୍ଗଲି ଡ୍ରଗ୍ କାରଖାନା ସହ ସମ୍ପୃକ୍ତ ଥିବା ଜଣାପଡିଥିଲା। ୨୫ ମାର୍ଚ୍ଚ ୨୦୨୪ରେ ପୁଲିସ ସାଙ୍ଗଲିରେ ଚଢଉ କରି ୧୨୨ କିଲୋ ମେଫେଡ୍ରୋନ୍ ଜବତ କରିଥିଲା। କାରଖାନାରେ ମେସିନ୍, କଞ୍ଚାମାଲ ଜବତ ସହ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଏ ପର୍ଯ୍ୟନ୍ତ ଏହି ମାମଲାରେ ସମୁଦାୟ ୧୫ ଜଣଙ୍କୁ ଗିରଫ କରାଯାଇଛି। ପୁଲିସ ୨୫୬.୪୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଯେଉଁଥିରେ ୧୨୬ କିଲୋ ଡ୍ରଗ୍ସ, ୪.୧୯ କୋଟି ନଗଦ ରାଶି ଏବଂ ଯାନବାହନ ସାମିଲ। ସଲିମ୍ ଶେଖ୍ ବିରୁଦ୍ଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇଥିଲା। କିଛି ସପ୍ତାହ ପୂର୍ବରୁ ତାକୁ ଦୁବାଇରୁ ଗିରଫ କରାଯାଇ ଭାରତ ଅଣାଯାଇଥିଲା। ୨୨ ଅକ୍ଟୋବରରେ କୋର୍ଟରେ ହାଜର ପରେ ତାକୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories