ସମାଜ ଡିଜିଟାଲ ଡେସ୍କ: ନୂଆପଡ଼ା ନିର୍ବାଚନ ପାଇଁ ୨୧ ନେତାଙ୍କୁ ନିଯୁକ୍ତ କରିଛି ବିଜୁ ଜନତା ଦଳ। ନୂଆପଡ଼ାର ଆଞ୍ଚଳିକ ସାଂଗଠନିକ କାର୍ଯ୍ୟକଳାପରେ ସହଯୋଗ କରିବା ଲାଗି ଏହି ନେତାମାନଙ୍କୁ ଦାୟିତ୍ଵ ଦିଆଯାଇଛି।
ନିଯୁକ୍ତ ନେତାମାନେ ହେଲେ ପ୍ରମିଳା ମଲ୍ଲିକ, ନିରଞ୍ଜନ ବିଶି, ଟୁକୁନି ସାହୁ, ସୁବାସ ସିଂହ, ରମେଶ ମାଝୀ, ଲତିକା ପ୍ରଧାନ, ପ୍ରକାଶ ମାଝୀ, ଅଳକା ମହାନ୍ତି, ଡଲି ମାଝୀ, ମହମ୍ମଦ ଆଦାମ, ଶେଖ ନିଜାମୁଦ୍ଦିନ, ପ୍ରଫୁଲ୍ଲ ସିଂହ, ଭାନୁପ୍ରତାପ ସିଂହ ମାଝୀ, ଗୌରୀହରି ମିଶ୍ର, ଭୀଷ୍ମଦେବ ସରାଫ, ରାଜୁ ଘୀବେଲା, ନନ୍ଦଲାଲ ସିଂହ, ସଞ୍ଜିତ ମହାନ୍ତି, ଗିରିରାଜ ସିଂହ ମାଝୀ, ଜାପାନ ମହାପାତ୍ର, ପ୍ରବୀର ମହାନ୍ତି।



