www.samajalive.in
Monday, December 15, 2025
26.1 C
Bhubaneswar

ଦାରିଙ୍ଗବାଡ଼ି: ହୋଟେଲ ମାଲିକଙ୍କ ମୁହଁରେ ଫୁଟିଲା ହସ, ଅପେକ୍ଷା ଅକ୍ଟୋବର ୧୫କୁ

ଫୁଲବାଣୀ: କରୋନା କଟକଣାର ୭ମାସର ବ୍ୟବଧାନ ପରେ ଓଡ଼ିଶାର ଭୁସ୍ୱର୍ଗ ଭାବେ ଖ୍ୟାତ ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ରାତ୍ରରହଣି ପାଇଁ ଖୋଲିଛି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ଥିବା ପ୍ରକୃତି ନିବାସ(ଫରେଷ୍ଟକଟେଜ)। ଏନେଇ ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଦାରିଙ୍ଗବାଡ଼ିରେ ରହିଥିବା ଅନ୍ୟ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ୧୫ ତାରିଖରେ ଖୋଲିବା ନେଇ ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ସେଗୁଡ଼ିକୁ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅଂଜନ ବାରିକ ସୂଚନା ଦେଇଛନ୍ତି। ସେହିଭଳି ଦୀର୍ଘ ୭ ମାସ ପରେ ଦାରିଙ୍ଗବାଡ଼ିରେ ଥିବା ହୋଟେଲ ଗୁଡ଼ିକ ଖୋଲିବାପାଇଁ ଅନୁମତି ମିଳିଥିବା ଯୋଗୁଁ ମାଲିକମାନଙ୍କ ମୁହଁରେ ଟିକିଏ ହସ ଫୁଟିଥିଲେ ମଧ୍ୟ ବିର୍ତ୍ତମାନ ସମସ୍ତେ ଅପେକ୍ଷା କରିଛନ୍ତି ପର୍ଯ୍ୟଟକମାନଙ୍କୁ। ଆସନ୍ତା ଅକ୍ଟୋବର ୧୫ରେ ପର୍ଯ୍ୟଟନ ସ୍ଥଳ ଖୋଲିବା ପାଇଁ କେନ୍ଦ୍ର ସରକାର ଏକ ପ୍ରକାର ନିଷ୍ପତି ନେଇଥିବା ଯୋଗୁଁ ଏବେ ମାଲିକ ମାନେ ଉକ୍ତ ୧୫ ତାରିଖ ଅପେକ୍ଷାରେ। ତେବେ ଦାରିଙ୍ଗବାଡ଼ିରେ ରହିଥିବା ୧୬ଟି ହୋଟେଲଗୁଡ଼ିକୁ କୋଭିଡ ନିୟମ ପାଳନ ସହିତ ୫୦ପ୍ରତିଶତ ଲୋକଙ୍କୁ ହୋଟେଲ ଲଜରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ପର୍ଯ୍ୟଟନ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତମାନ ଦାରିଙ୍ଗବାଡ଼ି ଅଂଚଳରେ ଶୀତର ଆଗମନ ହେବାକୁ ଯାଉଥିବା ବେଳେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକମାନଙ୍କ ଅଗାମନ ଧିରେ ଧିରେ ଆରମ୍ଭ ହେବାରେ ଲାଗିଲାଣି। ତେବେ ଦାରିଙ୍ଗବାଡ଼ିକୁ ମୁଖ୍ୟତଃ ପଶ୍ଚିମବଙ୍ଗର ପର୍ଯ୍ୟଟକମାନେ ଆସୁଥିବା ବେଳେ ଟ୍ରେନ ସଠିକ ଭାବରେ ଚଳାଚଳ କରୁନଥିବାରୁ ପର୍ଯ୍ୟଟକମାନେ ଆସିବାରେ ସାମାନ୍ୟ ଅସୁବୀଧା ହେଉଥିବା ଜଣାପଡ଼ୁଥିବା ବେଳେ ଟ୍ରେନ ଚଳାଚଳ ସଠିକ ଭାବେ ହେଲେ ଧିରେଧିରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ପ୍ରକାଶଯେ, କନ୍ଧମାଳ ଜିଲାରେ ଦାରିଙ୍ଗବାଡ଼ି ପର୍ଯ୍ୟଟକମାନଙ୍କ ପାଇଁ ହେଉଛି ପ୍ରଥମ ପସନ୍ଦ। ପୂର୍ବରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଗସ୍ତରେ ଆସିଥାନ୍ତି। ପୂର୍ବରୁ ଦାରିଙ୍ଗବାଡ଼ିରେ କୌଣସି ହୋଟେଲ କିମ୍ବା ବନ ବିଭାଗ ପକ୍ଷରୁ କଟେଜର ବ୍ୟବସ୍ଥା ନ ଥିବା ବେଳେ ଦିନକୁ ଦିନ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇବାରୁ ବର୍ତ୍ତମାନ କେବଳ ଦାରିଙ୍ଗବାଡ଼ିରେ ରହିଛି ୧୬ଟି ହୋଟେଲ୍‍ ପର୍ଯ୍ୟଟକମାନଙ୍କ ଅପେକ୍ଷାରେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories