www.samajalive.in
Sunday, December 7, 2025
16.1 C
Bhubaneswar

ବଲାଙ୍ଗିର ସ୍ମୃତି କମିଟି ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ବଲାଙ୍ଗିର : ମହାମାରୀରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଗାନ୍ଧୀଜୀ ଅନେକ କାର୍ଯ୍ୟ କରିଥିଲେ। ୧୯୦୫ ମସିହାରେ ଦକ୍ଷିଣ ଆଫ୍ରିକାର ଜୋହେନ୍ସ ବର୍ଗ ଠାରେ ଭାରତୀୟଙ୍କୁ ପ୍ଲେଗ ରୋଗରୁ ରକ୍ଷା କରିବା ପାଇଁ ସେ ଜଣେ ସେବକ ଭାବେ କାର୍ଯ୍ୟ କରିଥିଲେ। ସେଠାକାର ପ୍ରଶାସନ ଏବଂ ରୋଗଗ୍ରସ୍ଥଙ୍କ ମଧ୍ୟରେ ସମ୍ପର୍କର ସେତୁ ଥିଲେ ଗାନ୍ଧୀ। ସେ ଯେଉଁ ଦର୍ଶନ ଦେଇଛନ୍ତି ସମଗ୍ର ପୃଥିବୀ ବାସୀ ଗ୍ରହଣ କରିଛନ୍ତି ଏବଂ ତାଙ୍କର ଦର୍ଶନ ଯୁଗପୋଯୋଗୀ ଭାବେ ଗ୍ରହଣୀୟ ହେବ। ଆଜିର କରୋନା ମହାମାରୀ ସମୟରେ ଜନସାଧାରଣ କରୋନା ରୋଗୀ ଏବଂ ପ୍ରଶାସନ ମଧ୍ୟରେ ସେତୁ ହେବା ପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ।

ସ୍ଥାନୀୟ ଭାଗିରଥୀ ଛକ ସ୍ଥିତ ଗାନ୍ଧିଙ୍କ ପ୍ରତିମୂର୍ତ୍ତୀ ଠାରେ ଗାନ୍ଧି ସ୍ମୃତି କମିଟି ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୫୧ ତମ ଜୟନ୍ତୀ ପାଳିତ ହୋଇଥିଲା। ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଜିର ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ସଭାପତି ଅରୁଣ କୁମାର ମିଶ୍ର,ନାଗରିକ କମିଟିର ସମ୍ପାଦକ ବିଷ୍ଣୁ ପ୍ରସାଦ କେଡିଆ, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିରେନ୍ଦ୍ର ଝାଙ୍କର, ସଂଦୀପ କୂଅଁର,ବିଭୁ କଲ୍ୟାଣ ଗଡତ୍ୟା, ମନୋରଂଜନ ପୁରୋହିତ,ବ୍ୟଙ୍ଗ କବି ଅର୍ଜୁନ କୁମାର ସାହୁ, ରାମ ନାରାୟଣ ଦାଶ,ସଂଜୟ ଷଡଙ୍ଗୀ,ନିରୋଜ ମିଶ୍ର,ଗୋବିନ୍ଦ ଶତପଥୀ ପ୍ରମୁଖ ଉପସ୍ଥିତ ରହି ଗାନ୍ଧୀଙ୍କ ପ୍ରତିମୂତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ମୃତି କମିଟିର ଆବାହାକ ପ୍ରଶାନ୍ତ ମହାକୁର ସଭା ପରିଚାଳାନା କରିଥିବା ବେଳେ ଶେଷରେ ୟୁଥ ଏକ୍ସନ କମିଟିର ସଭାପତି ବିନୋଦ କୁମାର କାଲସାଏ ଧନ୍ୟବାଦ ଦେଇଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories