www.samajalive.in
Saturday, December 6, 2025
23.1 C
Bhubaneswar

ବୌଦ୍ଧ ପର୍ଯ୍ୟଟନ ମାନଚିତ୍ରରେ ହରଭଙ୍ଗାର ୭ ପ୍ରମୁଖ ସ୍ଥାନ

ହରଭଙ୍ଗା : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବୌଦ୍ଧଜିଲ୍ଲାର ୧୮ଟି ପ୍ରମୁଖ ସ୍ଥାନକୁ ପ୍ରାଥମିକତା ଭିତିରେ ଜିଲ୍ଲାର  ପ୍ରମୁଖ ପର୍ଯ୍ୟଟନ ସ୍ଥାନରେ ସ୍ଥାନିତ ପାଇଁ ଏକ ଡ୍ରାଫ୍ଟ ତିଆରି କରାଯାଇଛି। ବିଶ୍ୱ ପର୍ଯ୍ୟଟନ ଦିବସ ପରୀପ୍ରେକ୍ଷୀରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସି ଟୁରିଜିମ ପ୍ଲେସ ଭାବେ ଏସବୁ ସ୍ଥାନକୁ ସ୍ଥାନିତ କରାଯାଇଛି। ଜିଲ୍ଲା ପର୍ଯ୍ୟଟନ ଡ୍ରାଫ୍ଟରେ ଜିଲ୍ଲାର ହରଭଙ୍ଗା ବ୍ଲକର ୭ଟି ପ୍ରମୁଖ ସ୍ଥାନ ରହିଛି। ସେଗୁଡିକ ମଧ୍ୟରେ ଐତିହାସିକ ନାଏକପଡା ଗୁମ୍ଫା,ଶ୍ୟାମସୁନ୍ଦରପୁର ପରଗଳପୁରସ୍ଥିତ ବୌଦ୍ଧସ୍ତୁପ,ଭୈରବୀ ମନ୍ଦିର ପୁରୁଣାକଟକ,ସାତକୋଶିଆ ଏବଂ ପଦ୍ମତୋଳା ଅଭୟାରଣ୍ୟ,ମାଧପୁର ନିକଟସ୍ଥ କୁମ୍ଭୀଧର ଜଳପ୍ରପାତ,ତଳଗାଁସ୍ଥିତ ଡମକୁଚ ଏବଂ ନାଏକପଡା ଡ୍ୟାମକୁ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରାଯାଇଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଆଗକୁ ବହୁ ମନୋରମ ସ୍ଥାନକୁ ଏହି ତାଲିକାରେ ସାମିଲ କରାଯିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କଠାରୁ ଫିଡବ୍ୟାକ ନିଆଯାଉଛି। ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥାନଗୁଡିକର ଏକ ଡ୍ରାଫ୍ଟ ତିଆରି ଶେଷପରେ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଏହାର ବିକାଶ ଦିଗରେ ଏକ ଯୋଜନା ତିଆରି କରି ବିହିତ ପଦକ୍ଷେପ ପାଇଁ ଦୃଷ୍ଟିଆକର୍ଷଣ କରାଯିବା ବୋଲି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସୂଚନା ଦେଇଛନ୍ତି। ଏହା ସହିତ ଜିଲ୍ଲାପ୍ରଶାସନ ପକ୍ଷରୁ ମଧ୍ୟ ପର୍ଯ୍ୟଟନସ୍ଥଳୀଗୁଡିକର ବିକାଶ ଦିଗରେ ପ୍ରାଥମିକତା ପଦକ୍ଷେପ ସ୍ୱରୁପ ଆବଶ୍ୟକୀୟ ଉନ୍ନୟନ କାର୍ଯ୍ୟ ହାତକୁ ନିଆଯିବ। ଆଗକୁ ରାଜ୍ୟ ପର୍ଯ୍ୟଟନସ୍ଥଳୀରେ ବୌଦ୍ଧର ଏହି ପ୍ରମୁଖସ୍ଥାନ ଗୁଡିକ କିଭଳି ସ୍ଥାନିତ ହେବ ସେ ଦିଗରେ ଦଷ୍ଟି ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବୌଦ୍ଧଜିଲ୍ଲାରେ ପର୍ଯ୍ୟଟନସ୍ଥଳୀଗୁଡିକରେ ଫ୍ରି ଅକ୍ସିଜେନ ପର୍ଯ୍ୟାପ୍ତ ସୁବିଧା ଥିବାରୁ ଏହାକୁ ଅକ୍ସି ଟୁରୁଜିମ ଭାବେ ନାମିତ କରାଯାଇଥିବା ସେ ସୂଚନା ଦେଇଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories