www.samajalive.in
Thursday, November 13, 2025
25.1 C
Bhubaneswar

ପାଞ୍ଚ ସନ୍ତାନ ଥିବାରୁ ପଦବୀ ହରାଇଲେ ସରପଞ୍ଚ

ଦାରିଙ୍ଗବାଡି : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତ ସରପଞ୍ଚ ତ୍ରିନାଥ ପ୍ରଧାନ ତାଙ୍କ ପଦବୀ ହରାଇଛନ୍ତି । ୫ ସନ୍ତାନ ଥିବାରୁ ଜିଲାପାଳ ଆଶିଷ ଈଶ୍ବର ପାଟିଲ ତ୍ରିନାଥଙ୍କ ସରପଞ୍ଚ ପଦବୀକୁ ଅସିଦ୍ଧ ଘୋଷଣା କରିଛନ୍ତି। ନିର୍ବାଚନରେ ପଞ୍ଚାୟତ ଅଧିନିୟମକୁ ଉଲଂଘନ କରି ତ୍ରିନାଥ ବିଜୟୀ ହୋଇଥିଲେ। ତାଙ୍କର ୨ରୁ ଅଧିକ ସନ୍ତାନ ଥିବା ନେଇ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ସୁରୁଲାଇ ଗ୍ରାମର ପିତର ପ୍ରଧାନ ଅଭିଯୋଗ କରିଥିଲେ। ଏହାର ତଦନ୍ତ ଅନୁସାରେ ଅଙ୍ଗନୱାଡି ସମେତ ଜନ୍ମ ପଞ୍ଜିକୃତ ରେକର୍ଡ, ଆଧାର କାର୍ଡ ଆଦିରୁ ତ୍ରିନାଥଙ୍କ ୧୯୯୪ ପ୍ରଥମ ସନ୍ତାନ, ୧୯୯୮ରେ ଦ୍ବିତୀୟ, ୨୦୦୨ରେ ତୃତୀୟ, ୨୦୦୬ରେ ଚତୁର୍ଥ ଏବଂ ୨୦୦୯ରେ ପଞ୍ଚମ ସନ୍ତାନ ଜନ୍ମ ଗ୍ରହଣ କରିଥିବା ଜଣା ପଡିଥିଲା। ସୂଚନା ଯୋଗ୍ୟ, ୨୦୨୨ ପଞ୍ଚାୟତ ନିର୍ବାଚନରେ ତ୍ରିନାଥ ମିଥ୍ୟା ସତ୍ୟପାଠ ଦେଇ ସରପଞ୍ଚ ନିର୍ବାଚିତ ହୋଇଥିଲେ। ହେଲେ ୨୦୨୩ରେ ତାଙ୍କ ବିରୋଧରେ ୫ ସନ୍ତାନ ଥିବା ନେଇ ଅଭିଯୋଗ ଆସିଥିଲା।

ବୟସ ଅନୁଯାୟୀ ରକ୍ତଚାପ କେତେ ରହିବା ଜରୁରୀ?

- Advertisement -

 

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories