www.samajalive.in
Monday, December 8, 2025
13.1 C
Bhubaneswar

ଜବରଦଖଲ ଉଚ୍ଛେଦ ଆରମ୍ଭ କଲା ଦାରିଙ୍ଗବାଡି ପ୍ରଶାସନ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବଜାର ଓ ଜାତୀୟ ରାଜପଥ ସମେତ ବ୍ଲକ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ବୃଦ୍ଧି ପାଇଛି। ଏପାଖରେ ସ୍ଥାନୀୟ ପ୍ରଶାସନ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଉଠା ଦୋକାନୀ ମାନଙ୍କ ଥଇଥାନ ବ୍ୟବସ୍ଥା କରାଯାଇନାହିଁ। ଏଣୁ ଉଠା ଦୋକାନୀ ସମୂହ ରାସ୍ତା କଡ଼ରେ ଦୋକାନ ବଜାର ମେଲି ଗୁଜୁରାଣ ମେଣ୍ଟାଇ ଆସୁଥିଲେ। ଏବେ ଏହାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି। ଦାରିଙ୍ଗବାଡି ପ୍ରଶାସନ ପକ୍ଷରୁ ଗତ କାଲି ଠାରୁ ମିଳିତ ଭାବେ ଜବର ଦଖଲକୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି। ଗତ ୨୦୧୫ରେ ଜିଲା ପ୍ରଶାସନ ପକ୍ଷରୁ ଭେଣ୍ଡିଂ ଜୋନ କରାଯାଇ ବ୍ୟବସାୟୀଙ୍କୁ ଥଇଥାନ ପାଇଁ ପ୍ରୟାସ କରାଯାଇଥିଲେ ସୁଦ୍ଧା ତାହା ସଫଳ ହୋଇ ନ ଥିଲା।

ଖାଉ ନାହାଁନ୍ତି ତ ନକଲି ଅଟା? ମାତ୍ର ୫ ସେକେଣ୍ଡରେ ଜାଣନ୍ତୁ ଅଟା ଅସଲି କି ନକଲି..


ସେଠାରେ ବ୍ୟବସାୟ ହେବ ନାହିଁ ବୋଲି ଆଶଙ୍କା କରିବା ସହ ଗ୍ରାହକ ସେଠାକୁ ଯିବେ ନାହିଁ ବୋଲି ଉଠା ଦୋକାନୀ ମାନେ ଭେଣ୍ଡିଂ ଜୋନ୍‌କୁ କେହି ଗଲେନାହିଁ। ଫଳରେ ବର୍ଷ ବର୍ଷ ଧରି ଉକ୍ତ ଭେଣ୍ଡିଂ ଜୋନ୍‌ କୌଣସି କାର୍ଯ୍ୟରେ ଆସିଲା ନାହିଁ। ଫଳରେ ଲକ୍ଷାଧିକ ଟଙ୍କା ବିନିମୟରେ ଖର୍ଚ୍ଚ ହୋଇଥିବା ହାଟ ପେଣ୍ଡି ଓ ଭେଣ୍ଡିଂ ଜୋନ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା। ଏହାର ଫାଇଦା ନେଇ ଉକ୍ତ ସରକାରୀ ଜମିରେ ଅନେକ ଜବରଦଖଲ କରି ରଖିଛନ୍ତି। ଯାହାକି ପ୍ରଶାସନ ଏବେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିବା ବିଡିଓ ଗଦାଧର ପାତ୍ର କହିଛନ୍ତି। ଜାତୀୟ ରାଜପଥଠାରୁ ବ୍ଲକ ରାସ୍ତାରେ ସବୁବେଳେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି। ଉକ୍ତ ରାସ୍ତା ବ୍ଲକର ପର୍ତ୍ତମାହା ପଞ୍ଚାୟତକୁ ସଂଯୋଗ କରୁଛି। ପୂର୍ବରୁ ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗରେ ରହିଥିଲା। ଏବେ ଉକ୍ତ ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଛି। ପୂର୍ତ୍ତ ବିଭାଗ ଦ୍ୱାରା ଏହି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବାର ଅଛି। ତେଣୁ ଖୁବ୍‌ଶୀଘ୍ର ଉକ୍ତ ରାସ୍ତାରେ ମଧ୍ୟ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି। ଦାରିଙ୍ଗବାଡ଼ି ଅଞ୍ଚଳରେ ଅଟକି ରହିଥିବା ବିକାଶମୂଳକ କାର୍ଯ୍ୟ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ସେଥିପାଇଁ ସରକାରୀ ଜମିରେ ଜବରଦଖଲ ଉଚ୍ଛେଦ କରାଯିବ। ବସ୍‌ଷ୍ଟାଣ୍ଡ ଅଞ୍ଚଳ ସମେତ ଜନଜାତି ହାଟ, ବ୍ଲକ ରୋଡ୍‌ର କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ ବୋଲି ବିଡିଓ କହିଛନ୍ତି। ଏହି ଉଚ୍ଛେଦ ସମୟରେ ବିଡିଓ ପାତ୍ରଙ୍କ ସହ ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ନାୟକ, ରାଜସ୍ବ ନିରୀକ୍ଷକ ସୁବ୍ରତ ମଲିକ, ସରପଞ୍ଚ ଚନ୍ଦ୍ରିକା ମଲିକ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories