www.samajalive.in
Monday, December 15, 2025
17.1 C
Bhubaneswar

ମହାନଦୀର ବନ୍ୟାରେ ଶହ ଶହ ଏକର ପନିପରିବା ଓ ଧାନ ଫସଲ ଉଜୁଡିଲା

ଗୁରୁଡିଝାଟିଆ : ମହାନଦୀର ବନ୍ୟାରେ ଶହ ଶହ ଏକର କୃଷି କ୍ଷେତ୍ର ସଂପୂର୍ଣ୍ଣ ଜଳମଗ୍ନ ହୋଇଛି । ୬ଦିନ ବିତିଯାଇଥିଲେ ମଧ୍ୟ ଧାନ ଓ ପରିବା କ୍ଷେତ ଉପରୁ ସଂପୂର୍ଣ୍ଣ ପାଣି ଯାଇନାହିଁ । ସଂପୂର୍ଣ୍ଣ ପାଣି ଶୁଖିବା ପାଇଁ ୪ ରୁ ୫ ଦିନ ଲାଗିବ। ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି । ବର୍ଷକର ଆହାର ବନ୍ୟା ଛଡାଇ ନେଇଛି। କିଭଳି ପରିବାର ଚଳାଇବ । ପନିପରିବା ଚାଷ ପାଇଁ ଆଠଗଡ ରାଜ୍ୟରେ ଏକ ସ୍ୱତନ୍ତ୍ର ନାମ କରିଛି । ଧୁରୁଷିଆ, ଅନନ୍ତପୁର, କଟକିଆ ସାହି, ମହାକାଳବସ୍ତ, ଘଣ୍ଟିଖାଲ, ମଞ୍ଚେଶ୍ୱର ଓ ଟାଙ୍ଗି-ଚୌଦ୍ୱାର ବ୍ଲକର କଖଡି ପଞ୍ଚାୟର ଶହଶହ ଏକର ଧାନ ଓ ପରିବା କ୍ଷେତ ସଂପୂର୍ଣ୍ଣ ଉଜୁଡି ଯାଇଛି।  ଧାନ ବେଉଷଣ ପରେ ବଛା ସରିଯାଇଥିଲା। ସ୍ୱଳ୍ପ ମିଆଦି ଧାନ ମଧ୍ୟ ଥୋର ଆସିଯାଇଥିଲା। ହେଲେ ବନ୍ୟାଜଳ ସବୁ ଉଜାଡି ଦେଇଛି। ସବୁଜ ପନିପରିବା ବିଶେଷତଃ ଅନନ୍ତପୁର, ଧୁରୁଷିଆ, ମହାକାଳବସ୍ତ, ଘଣ୍ଟିଖାଲ ଓ ମଞ୍ଚେଶ୍ୱର ପଞ୍ଚାୟତରେ ଅଧିକ ଚାଷ କରାଯାଇଥାଏ। ତତ୍ ସହିତ କଖଡିର ଚାଷୀମାନେ ମଧ୍ୟ ପରିବା ଚାଷ କରିଥାନ୍ତି। ଲଗାଯାଇଥିବା ବାଇଗଣ, ରଞ୍ଜାରେ ମାଡିଥିବା ବୋଦି, ଝୁଡଙ୍ଗ, ପୋଟଳ, କଲରା, ଜହ୍ନି ଓ କାକୁଡି ସାଙ୍ଗକୁ ଲଗାଇଯାଇଥିବା ବାଇଗଣ, ଭେଣ୍ଡି ଓ କଖାରୁ ମଧ୍ୟ ବେଶ ଅମଳ ଅବସ୍ଥାରେ ଥିଲା। ସବୁ ବନ୍ୟାଜଳରେ ସଢି ନଷ୍ଟ ହୋଇଯାଇଛି । କୃଷକ କରଜ କରି ଲଗାଇଥିବା ଫସଲ ବନ୍ୟାରେ ଉଜୁଡି ଯାଇଥିବାରୁ ସୁଝିବ କିପରି ? ରାଜ୍ୟ ସରକାର ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ କରିବା ସହିତ ସ୍ୱଳ୍ପ ମିଆଦି ଚାଷ ପାଇଁ ବିହନ ଓ ବିନାସୁଧରେ ଋଣ ଯୋଗାଇଦେବା ନିମନ୍ତେ କୃଷକମାନେ ଦାବି କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories