nua o banner

ଦଳିତ ରାଜନୀତି: କଂଗ୍ରେସ-ବିଜେପି ମୁହାଁମୁହିଁ

BSKY banner  750×100
0

ନୂଆଦିଲ୍ଲୀ : ଦଳିତଙ୍କୁ ନେଇ ଦେଶରେ ରାଜନୈତିକ ପୃଷ୍ଠଭୂମି ଏବେ ସରଗରମ ହୋଇଛି। ଦଳିତଙ୍କ ସ୍ୱାର୍ଥକୁ ନେଇ କଂଗ୍ରେସ ଓ ବିଜେପି ଏବେ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳିତ ବିରୋଧୀ ପଦକ୍ଷେପ ନେଉଛନ୍ତି। ବିଜେପିର ଆଦର୍ଶ ହେଉଛି ଦେଶର ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କୁ ପଦଦଳିତ କରି ରଖିବା। ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାର ଦେଶରେ ଏବେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛନ୍ତି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏହାର ଜବାବ ଦେଇଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ ଦଳିତଙ୍କ ସ୍ୱାର୍ଥ ପାଇଁ କଂଗ୍ରେସ ଯେଉଁ ଅନାହାର ଅନଶନ କରୁଛି ତାହା ଏକ ନାଟକ। ଦଳର ନେତାମାନେ ଅନଶନରେ ବସି ‘ଛୋଲେ ବତୁରେ’ ଖାଉଛନ୍ତି। ଦଳିତଙ୍କ ପାଇଁ ଏହା ଏକ ନିଷ୍ଠୁର ଉପହାସ। ତେଣୁ ଦଳିତମାନେ କଂଗ୍ରେସର ଏହି ନିଷ୍ଠୁର ଉପହାସକୁ କେବେହେଲେ କ୍ଷମା ଦେବେ ନାହିଁ। ସୋମବାର ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଦେଶବ୍ୟାପୀ ଅନାହାର ଅନଶନ କରିଥିଲା। ଏପ୍ରିଲ ୨ରେ ହୋଇଥିବା ଦଳିତ ବିରୋଧରେ ହିଂସାକୁ ନେଇ କଂଗ୍ରେସ ଏହି ଅନଶନ କରିଥିଲା। ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ରାଜଘାଟରେ ଅନଶନରେ ବସିଥିବାବେଳେ ସମସ୍ତ ରାଜ୍ୟ ଓ ଜିଲା ମୁଖ୍ୟାଳୟ ନିକଟରେ ଦଳୀୟ କର୍ମୀ ଓ ନେତା ଅନୁରୂପ ଅନଶନ କରିଥିଲେ। ତେବେ ଏହି ଅନଶନ ପୂର୍ବରୁ କଂଗ୍ରେସ ନେତାମାନେ ଏକ ହୋଟେଲରେ ବସି ଛୋଲେବତୁରେ ଖାଇବାର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏହାକୁ ନେଇ କଂଗ୍ରେସ ସାଧାରଣରେ ଲଞ୍ଜିତ ହୋଇଛି।

Leave A Reply