www.samajalive.in
Saturday, December 13, 2025
18.1 C
Bhubaneswar

‘ପରବର୍ତ୍ତୀ ଦଲାଇ ଲାମା ଭାରତରୁ’

ଧର୍ମଶାଳା : ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ତାଙ୍କ ଉତ୍ତରାଧିକାରୀ ଭାରତରୁ ହିଁ ବାଛିବେ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ‘ମୋର ଉତ୍ତରାଧିକାରୀ କିଏ ହେବେ ତାହା ଚୀନ୍‌ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ମୋ ଅପେକ୍ଷା ପରବର୍ତ୍ତୀ ଲାମାଙ୍କୁ ନେଇ ଚୀନ୍‌ ଚିନ୍ତିତ​‌େ​‌ ତେଣୁ ଚୀନ୍‌ ଦ୍ବାରା ଏହି ପଦ ପାଇଁ କାହାର ନାମ ଘୋଷଣା କରାଯାଏ; ତେବେ ତାହାକୁ ଗ୍ରହଣ କରାଯିବ ନାହିଁ।’ ଏହି ପରିପ୍ରେକ୍ଷୀରେ ଦଲାଇ ଲାମାଙ୍କ ସୂଚନା ଚୀନ୍‌ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ହୋଇଛି। ତିବ୍ଦତ ଉପରେ ଚୀନ୍‌ର ଆଧିପତ୍ୟ ବିସ୍ତାରକୁ ବିରୋଧ ପୂର୍ବକ ୧୯୫୯ରୁ ଭାରତରେ ରାଜନୈତିକ ଆଶ୍ରୟ ନେଇଥିବା ୮୩ବର୍ଷୀୟ ଚତୁର୍ଦଶ ଦଲାଇ ଲାମା କହିଛନ୍ତି ଯେ ‘ଚୀନ୍‌ ନିଜସ୍ବ ଦଲାଇ ଲାମା ଘୋଷଣା କରିବାର ସମସ୍ତ ସମ୍ଭାବନା ରହିଛି; ଯଦି ଏଭଳି କରାଯାଏ; ତେବେ ତାହାକୁ ତିବ୍ଦତୀୟମାନେ ଗ୍ରହଣ କରିବେ ନାହିଁ। ତିବ୍ଦତୀୟଙ୍କୁ ଦମନ କରିବା ପାଇଁ ଚୀନ୍‌ ଅଯଥା ବିଭ୍ରାନ୍ତି ସୃଷ୍ଟି କରିବାକୁ ଚାହୁଁଛି’ ବୋଲି ସେ କହିଛନ୍ତି। ଦଲାଇ ଲାମାଙ୍କ ମୃତ୍ୟୁ ପରେ ତାଙ୍କ ଆତ୍ମା ଉତ୍ତରାଧିକାରୀଙ୍କ ଶରୀରରେ ପ୍ରବେଶ କରିବ ଓ ସେ ତାଙ୍କର ଅବତର ଭାବେ ପୂଜିତ ହେବେ ବୋଲି ତିବ୍ଦତୀୟଙ୍କର ପରମ୍ପରା ରହିଛି। ଦଲାଇ ଲାମା ଜଣେ ଦୁଇ ବର୍ଷର ବାଳକଙ୍କ ଅବତାର ବୋଲି କୁହାଯାଏ

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories