ୱେଷ୍ଟ ନାଇଲ ଜ୍ବରରେ ବାଳକର ମୃତ୍ୟୁ
କୋଝିକୋଡ : କେରଳକୁ ଫେରିଛି ଘାତକ ‘ୱେଷ୍ଟ ନାଇଲ’ ଜ୍ବର। ଭୂତାଣୁ ଦ୍ବାରା ବ୍ୟାପୁଥିବା ଏହି ଜ୍ବରରେ ଗତ ସପ୍ତାହକରୁ ଅଧିକ କାଳ ଧରି ଆକ୍ରାନ୍ତ ଜଣେ ୬ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ମାମଲାପୁରମ୍ ଅଞ୍ଚଳରେ ଏହି ଭୂତାଣୁ ଠାବ କରାଯିବା ପରେ ସରକାର ପ୍ରତିକାର ବିଧାନ ହାତକୁ ନେଇଛନ୍ତି। ମଶା କାମୁଡ଼ିବା ଦ୍ବାରା ଏହି ଭୂତାଣୁ ବ୍ୟାପିଥାଏ। ଉତ୍ତର ଆମେରିକାେର ଏହି ଭୂତାଣୁ ସଂକ୍ରମଣ ଅଧିକ। ଦୁଇ ବର୍ଷ ପୂର୍ବେ କେରଳକୁ ଏହା ଆସିଥିଲା।