www.samajalive.in
Sunday, December 7, 2025
14.1 C
Bhubaneswar

ରାଜଯୋଗିନୀ ଦାଦୀ ଜାନକୀଙ୍କର ୧୦୪ବର୍ଷ ବୟସରେ ପରଲୋକ

କଟକ : ମହିଳାମାନଙ୍କ ଦ୍ୱାରା ସଂଞ୍ଚାଳିତ ବିଶ୍ୱର ସର୍ବ ବୃହତ୍ତ  ଆଧ୍ୟାତ୍ମିକ ସଂଗଠନ ପ୍ରଜାପିତା ବ୍ରହ୍ମାକୁମାରୀ ସଂସ୍ଥାର ମୁଖ୍ୟ ପ୍ରଶାସିକା ଏବଂ ସ୍ୱଚ୍ଛ ଭାରତ ମିଶନର ବ୍ରାଣ୍ଡ୍‍ ଆମ୍ବାସାଡାର୍‍ ରାଜଯୋଗିନୀ ଦାଦୀ ଜାନକୀ ୧୦୪ ବର୍ଷ ବୟସରେ ଦେହ ତ୍ୟାଗ କରିଛନ୍ତି। ମାଉଣ୍ଟଆବୁ ସ୍ଥିତ ଗ୍ଲୋବାଲ୍‍ ହସ୍‍ପିଟାଲରେ ଶୁକ୍ରବାର ଭୋର ୨ଟା ସମୟରେ ସେ ଶେଷ ନିଶ୍ୱାସ ନେଇଥିଲେ। ସେ ଗତ ଦୁଇ ମାସରୁ ଶ୍ୱାସ କ୍ରିୟା ଏବଂ ପେଟ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କର ଅନ୍ତିମ ସଂସ୍କାର ବ୍ରହ୍ମାକୁମାରୀଜ୍‍ର ଅନ୍ତଃରାଷ୍ଟ୍ରୀୟ ମୁଖ୍ୟାଳୟ ଶାନ୍ତିବନ ପରିସରରେ ଅପରାହ୍ନ ୩.୩୦ରେ ଶେଷ ହୋଇଛି।
ନାରୀ ଶକ୍ତିର ପ୍ରେରଣା ସ୍ରୋତ ରାଜଯୋଗିନୀ ଦାଦୀ ଜାନକୀଜୀ ୧୯୧୬  ଜାନୁୟାରୀ ୦୧ ତାରିଖରେ ହାଇଦ୍ରାବାଦ୍‍ ସିନ୍ଧ (ବର୍ତ୍ତମାନ ପାକିସ୍ଥାନ)ରେ ହୋଇଥିଲା। ସେ ୨୧ ବର୍ଷ ବୟସରେ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିକ ପଥକୁ ନିଜର କରି ନେଇଥିଲେ ତଥା ସମ୍ପୂର୍ଣ୍ଣ ରୂପେ ସମର୍ପିତ ହୋଇଥିଲେ। ତାଙ୍କର ଲୌକିକ ପାଠ ମାତ୍ର ଚତୁର୍ଥ ଶ୍ରେଣୀ ହୋଇଥିଲେ ମଧ୍ୟ ଆଧ୍ୟାତ୍ମିକତାର ଉଚ୍ଚ ଶିଖରକୁ ପହଞ୍ଚିପାରିଥିଲେ ଦାଦୀ ଜାନକୀଜୀ।
ତତ୍‍ସହିତ ଆଧ୍ୟାତ୍ମିକତାର ଆଭା ଏବଂ ଭାରତୀୟ ଦର୍ଶନ ଏବଂ ରାଜଯୋଗ ଏବଂ ମାନବୀୟ ମୂଲ୍ୟର ସ୍ଥାପନା ନିମନ୍ତେ ୧୯୭୦ରେ  ପାଶ୍ଚାତ୍ୟ ଦେଶକୁ ଯାଇ ବିଶ୍ୱର ୧୪୦ଟି ଦେଶରେ ମାନବୀୟ ମୂଲ୍ୟର ବୀଜରୋପଣ କରି ହଜାର ହଜାର ସେବା କେନ୍ଦ୍ର ସ୍ଥାପନ କରି ଲକ୍ଷ ଲକ୍ଷ ଲୋକଙ୍କୁ ନୃତନ ଦିଗ୍‍ଦର୍ଶନ ଦେଇଥିଲେ। ରାଜଯୋଗିନୀ ଦାଦୀ ଜାନକୀଜୀ ସମଗ୍ର ବିଶ୍ୱରେ ମନ ଏବଂ ଆତ୍ମାର ସ୍ୱଚ୍ଛତା ସହିତ ପରିବେଶ ସ୍ୱଚ୍ଛତାର ମଧ୍ୟ ବିଶେଷ କାର୍ଯ୍ୟ କରିଥିଲେ। ସେଥିପାଇଁ ଭାରତ ସରକାର ମଧ୍ୟ ତାଙ୍କୁ ସ୍ୱଚ୍ଛ ଭାରତ ମିଶନର ବ୍ରାଣ୍ଡ୍‍ ଆମ୍ବାସାଡାର୍‍ ନିଯୁକ୍ତ କରିଥିଲେ।

ଦାଦୀ ଜାନକୀଙ୍କର ପରଲୋକ ସମ୍ବାଦ ଶୁଣି ଦେଶ ବିଦେଶରେ ସଂସ୍ଥାର ଭାଇ ଭଉଣୀମାନେ ଶ୍ରଦ୍ଧାଞ୍ଜଳୀ ସୁମନ ନିମନ୍ତେ ଯୋଗ ସାଧନା କରୁଛନ୍ତି। ତାଙ୍କର ପାର୍ଥିବ ଶରୀର ମାଉଣ୍ଟଆବୁରୁ ଆବୁରୋଡ୍‍ ଶାନ୍ତିବନ ପରିସରରେ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ପାଇଁ କିଛି ସମୟ ରଖାଯିବା ପରେ ଅନ୍ତିମ ସଂସ୍କାର କରାଯାଇଛି।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାଦୀ ଜାନକୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories