www.samajalive.in
Sunday, December 7, 2025
23.1 C
Bhubaneswar

ଦାଦନ ଯନ୍ତ୍ରଣା: ରିଆଦରେ ଛଟପଟ ଅସୁସ୍ଥ ଭଗବାନ

ଖଲ୍ଲିକୋଟ: ସାଉଦିଆରବର ରିଆଦରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ଭଗବାନ ଡାକୁଆ ଏବେ ରୋଗାକ୍ରାନ୍ତ ହୋଇ ଛଟପଟ ହେଉଛନ୍ତି। ସେ ଭିଟାମାଟିକୁ ଫେରିବାକୁ ଚାହିଁ ବସିଥିବାବେଳେ କମ୍ପାନୀ କର୍ତ୍ତୃପକ୍ଷ ଅଢେଇ ଲକ୍ଷ ମାଗୁଥିବାରୁ ସେ ଘରକୁ ଫେରିପାରୁନାହାନ୍ତି। ଫଳରେ ଅସହାୟ ଅବସ୍ଥାରେ ରହିଥିବା ଭଗବାନଙ୍କୁ ଫେରାଇ ଆଣିବାକୁ ପରିବାରବର୍ଗ ସରକାର ତଥାପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି।

ଖଲ୍ଲିକୋଟ ଓ ବେଗୁନିଆପଡା ବ୍ଲକ ଅଞ୍ଚଳରେ ବେକାର ଯୁବକଙ୍କ ପାଇଁ କୌଣସି କର୍ମ ନିଯୁକ୍ତି ବ୍ୟବସ୍ଥା ନାହିଁ। ବେକାର ଯୁବକ କାମଧନ୍ଦା ଅନ୍ୱେଷଣରେ ରାଜ୍ୟ ତଥା ଦେଶ ବାହାରକୁ ଯାଇ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟ ଓ ଦେଶ ବାହାରକୁ କାମ କରିବାକୁ ପାଇଁ ଯାଇ ବହୁ ଶ୍ରମିକ ନିର୍ଯାତନାର ଶିକାର ହେବା ସହ କିଛି ଶ୍ରମିକ ମୃତ୍ୟୁମୁଖରେ ମଧ୍ୟ ପଡୁଛନ୍ତି। ମୃତ ଶ୍ରମିକଙ୍କ ପରିବାରଙ୍କୁ ଥଇଥାନ ତଥା ସେମାନଙ୍କର ପିଲାମାନଙ୍କ ପାଠପଢା ଓ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ଧ୍ୟାନ ଦେଉନଥିବାରୁ ଶ୍ରମିକଙ୍କ ପରିବାର ଲୋକେ ଦାରିଦ୍ର୍ୟର କଷାଘାତରେ ଶଢ଼ୁଛନ୍ତି। ଲକଡାଉନ ପରେ ଗଞ୍ଜାମ ଜିଲାରେ ଏହି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶ୍ରମ ଠିକାଦାରମାନେ ବିନା ଲାଇସେନ୍ସରେ ଶ୍ରମିକଙ୍କୁ ରାଜ୍ୟ ବାହାରକୁ ଚାଲାଣ କରୁଥିବା ବେଳେ ଜିଲାର ଶ୍ରମ ବିଭାଗ ଓ ପ୍ରଶାସନ ଆଖିରେ ପୁଟୁଳି ବାନ୍ଧି ବସିଥିବା ଅଭିଯୋଗ ହେଉଛି। ଶ୍ରମ ଠିକାଦାର କୋଟିପତି ବନୁଥିବା ବେଳେ ଶ୍ରମିକ ରୋଗାଗ୍ରସ୍ତ ହୋଇ ଭିଟାମାଟିକୁ ଫେରୁଛନ୍ତି। ଏଭଳି ଏକ ମର୍ମସ୍ପର୍ଶୀ ଘଟଣା କୋଦଳା ଥାନା ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମରେ ଦେଖିବାକୁ ମିଳିଛି । ୧୭ ମାସ ତଳେ ବିଶ୍ୱନାଥ ଡାକୁଅାଙ୍କ ପୁଅ ଭଗବାନ ଡାକୁଆ (୪୫) ଧାରକରଜ କରି ବିଦେଶ ଯିବାକୁ ସ୍ଥିର କରିଥିଲେ। ବୃଦ୍ଧ ପିତାମାତା ଓ ୩ ପୁଅ ଝିଅଙ୍କ ସମେତ ୮ ପ୍ରାଣୀ କୁଟୁମ୍ବ ଏବଂ ସୀମିତ ଚାଷ ଜମିକୁ ନେଇ ପରିବାର ପ୍ରତିପୋଷଣ କଷ୍ଟକର ହେବାରୁ ଭଗବାନ ବାଧ୍ୟ ହୋଇ ବାଲୁଗାଁର ଏକ ଏଜେଣ୍ଟଙ୍କ ଜରିଆରେ ୭୦,୦୦୦ ଟଙ୍କା ଦେଇ ରିଆଦର ଏ.ବି.ଆର କମ୍ପାନୀରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ । ୧୬ ମାସ କାମ କଲାପରେ ଭଗବାନ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ଶରୀର ଥରିବା ସହ ତାଙ୍କୁ ଫିଡ଼ସ ଭଳି ଏକ ରୋଗ ହୋଇଛି। ସେଠାକାର ବିଭିନ୍ନ ହସପିଟାଲରେ ଭଗବାନ ଚିକିତ୍ସିତ ହେବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେଠାରୁ ଘରକୁ ଫେରିଆସିବା ପାଇଁ ସେ ପରିବାର ନିକଟକୁ ଫୋନ କରିଥିଲେ। ଏ ସମ୍ପର୍କରେ ପରିବାରବର୍ଗ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ପରେ ପ୍ରଥମେ ଦେଢ଼ ଲକ୍ଷ ଟଙ୍କା ଦାଖଲ କଲେ ଭଗବାନ ଭିଟାମାଟିକୁ ଫେରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଭଗବାନର ପରିବାର କିଛି ଜମି ବିକି ଟଙ୍କା ଯୋଗାଡ଼ କରିଥିବା ବେଳେ କମ୍ପାନୀ ପୁନର୍ବାର ଅଢେଇ ଲକ୍ଷ ଟଙ୍କା ନ ଦେଲେ ତାଙ୍କୁ ଛାଡିବୁ ନାହିଁ ବୋଲି କହିବା ପରେ ବୃଦ୍ଧ ପିତାମାତା ଓ ସ୍ତ୍ରୀ ଗୀତାଙ୍କ ପାଦତଳୁ ମାଟି ଖସିଯାଇଥିଲା । ଆର୍ଥିକ ଅନଟନରେ ରହିଥିବା ପରିବାର ଏତେ ଟଙ୍କା କେଉଁଠୁ ଯୋଗାଡ଼ କରିବେ ତାହାକୁ ନେଇ ଚିନ୍ତାରେ ରହିଛନ୍ତି। ଭଗବାନଙ୍କ ବଡ ପୁଅ ସାଗର ଡାକୁଆ (୧୬) ମାଟ୍ରିକ ପାସ ପରେ ଅର୍ଥାଭାବ ଯୋଗୁ କଲେଜ ପାଠପଢ଼ାରେ ଡୋରି ବାନ୍ଧିଥିବାବେଳେ ମଧ୍ୟମ ପୁତ୍ର ରାଜେଶ ଚଳିତ ବର୍ଷ ମାଟ୍ରିକ ପାସ ପରେ ମଧ୍ୟ କଲେଜ ପିଣ୍ଡା ମାଡ଼ିପାରିଲା ନାହିଁ । ସାନ ଝିଅ ସୋନାଲି ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ପରିବାରର ବୋଝ ଏବଂ ଅର୍ଥାଭାବ ଯୋଗୁ ପାଠପଢା ବନ୍ଦ ହୋଇଯାଇଛି। ଏଭଳି ଅବସ୍ଥାରେ ପରିବାର ଲୋକେ ଭଗବାନଙ୍କ ଫେରନ୍ତା ବାଟକୁ ଚାହିଁ ବସିଛନ୍ତି। ରୋଗାଗ୍ରସ୍ତ ଭଗବାନଙ୍କୁ ରିଆଦରୁ ଭିଟାମାଟିକୁ ତୁରନ୍ତ ଫେରାଇ ଆଣିବାକୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ପରିବାରବର୍ଗ ଗଞ୍ଜାମ ଜିଲାପାଳ,ସ୍ଥାନୀୟ ସାଂସଦ ଓ ବିଧାୟିକା ସମେତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଲୁହଭରା କଣ୍ଠରେ ଆକୁଳ ନିବେଦନ କରିଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories