www.samajalive.in
Sunday, December 7, 2025
26.1 C
Bhubaneswar

ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ନବରଙ୍ଗପୁର ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାପାଳଙ୍କର କାର୍ଯ୍ୟାଳୟରେ ସହକାରୀ ଜିଲାପାଳ ଅନାମିକା ପାଣ୍ଡେ ଦାବୀପତ୍ର ଗ୍ରହଣ କରିଛନ୍ତି। ଧର୍ମାନ୍ତରିତ ଜନଜାତିଙ୍କୁ ଅନୁସୂଚିତ ଜନଜାତି ତାଲିକାରୁ ବାଦ ଦେଇ ତାଙ୍କୁ ଦିଆଯାଇଥିବା ସଂରକ୍ଷଣ ରଦ୍ଦ କରାଯିବାକୁ ଦାବୀରେ ଜଣାଇଛନ୍ତି। ୧୯୭୦ ମସିହାରେ ତତ୍‍କାଳୀନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ କାର୍ତ୍ତିକ ଓରାମଙ୍କ ଦ୍ୱାରା ତତ୍‍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ସ୍ମାରକପତ୍ର ଦିଆଯାଇଥିଲା। ୨୩୫ ଲୋକସଭା ସଦସ୍ୟଙ୍କ ହସ୍ତାକ୍ଷର କରାଯାଇଥିବା ସେହି ସ୍ମାରକପତ୍ର ସମ୍ବନ୍ଧରେ ସ୍ୱର୍ଗତ କାର୍ତ୍ତିକ ଓରାମଙ୍କ ଜନ୍ମ ଦିନରେ ସରକାରଙ୍କୁ ପୁନଃସ୍ମରଣ କରାଇବା ଆବଶ୍ୟକ ହୋଇଛି। ଏହି ସ୍ମାରକପତ୍ର ୧୯୬୭ର ଅନୁସୂଚିତ ଜାତି ଓ ଜନଜାତି ଆଦେଶ (ସଂଶୋଧନ) ବିଧେୟକ ସଂଯୁକ୍ତ ସଂସଦୀୟ ସମିତିର ସୁପାରିସ ଅନୁସାରେ ପ୍ରସ୍ତୁତ କରାଯାଇଥିଲା। କୌଣସି ବ୍ୟକ୍ତି ଯିଏ ଜନଜାତି ମତ ତଥା ବିଶ୍ୱାସକୁ ପରିତ୍ୟାଗ କରି ଦେଇଛନ୍ତି। ଖ୍ରୀଷ୍ଟିୟାନ ବା ମୁସଲମାନ ଧର୍ମ ଗ୍ରହଣ କରିନେଇଛନ୍ତି। ସେମାନଙ୍କୁ ଅନୁସୂଚିତ ଜନଜାତିର ସଦସ୍ୟ ଭାବେ ଗ୍ରହଣ କରାନଯାଉ। କୌଣସି ବ୍ୟକ୍ତି ଶିଖ କିମ୍ବା ହିନ୍ଦୁ ଧର୍ମକୁ ଛାଡି ଅନ୍ୟ କୌଣସି ଧର୍ମ ଗ୍ରହଣ କରନ୍ତି ତାହା ହେଲେ ସେ ଅନୁସୂଚିତ ଜାତିର ନୁହନ୍ତି। ବାସ୍ତବରେ ଜନଜାତି ସହ ହୋଇଥିବା ଏହି ଅନ୍ୟାୟ ବିରୋଧରେ ଜନଜାତି ସୁରକ୍ଷା ମଞ୍ଚ ବର୍ଷ ବର୍ଷ ଧରି ସଂଘର୍ଷ କରି ଆସୁଛି। ଏପର୍ଯ୍ୟନ୍ତ ସରକାରୀ ବହୁତ ସୁବିଧା ଧର୍ମାନ୍ତରିତ ଲୋକଙ୍କର ଦ୍ୱାରା ଉପଭୋଗ କରାଯାଉଛି। ତେବେ ଏହି ସ୍ମାରକପତ୍ରକୁ ବହୁ ବିଳମ୍ବ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ କରିବାକୁ ଦାବୀ କରାଯାଇଛି। ଦୀର୍ଘ ପାଞ୍ଚଦଶନ୍ଧି ଧରି ରହିଥିବା ଏହି ସମସ୍ୟାର ସମାଧାନ ପାଇଁ ପ୍ରାଥମିକତା ଆଧାରରେ ଅନୁସୂଚିତ ଜନଜାତି ସହ ହୋଇଥିବା ଏହି ଅନ୍ୟାୟକୁ ସବୁଦିନ ପାଇଁ ସମାପ୍ତ କଲେ ଧର୍ମପରିବର୍ତ୍ତିତ ଲୋକଙ୍କୁ ଅନୁସୂଚିତ ଜନଜାତି ତାଲିକାରୁ ଅଲଗା କରିବା କରିବା ପାଇଁ ଶିଘ୍ର ଆବଶ୍ୟକ ସଂଶୋଧନ କରନ୍ତୁ। ଯାହା ଦ୍ୱାରା ବାସ୍ତବିକ ଜନଜାତିଙ୍କ ଜୀବନରେ ୭୩ ବର୍ଷର ଘଟିଥିବା ଅନ୍ଧକାର ଦୂର ହୋଇପାରିବ ବୋଲି ଜଣାଇଛନ୍ତି। ଦାବୀପତ୍ର ପ୍ରଦାନ ସମୟରେ ଜନଜାତି ସୁରକ୍ଷା ମଞ୍ଚର ସଭାପତି ଗୋପିନାଥ ମାଝୀ, ସାଧାରଣ ସମ୍ପାଦକ ରତନ ମାଝୀ, ବିଜେପି ନେତା ଗୌରୀ ଶଙ୍କର ମାଝୀ, ଝରିଗାଁ ଜନଜାତି ମଞ୍ଚ ସଭାପତି ଘନ ମାଝୀ, ପ୍ରଫୁଲ ଜାନୀ, ରୁନା ମାଝୀ, ମହେଶ୍ୱର ମାଝୀ, ଚନ୍ଦନ ଭତରା, ପିଣ୍ଟୁ ସମରଥ ସମେତ ଜନଜାତି ସୁରକ୍ଷା ମଞ୍ଚର ସଦସ୍ୟମାନେ ଯୋଗ ଦେଇଥିଲେ।

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories