ରାସ୍ତା ନିର୍ମାଣ ପାଇଁ ବିଡିଓଙ୍କୁ ସରପଞ୍ଚଙ୍କ ଦାବିପତ୍ର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ସୁଡ୍ରେଜୁ ଗ୍ରାମପଞ୍ଚାୟତର ବହୁ ପୁରାତନ କାଳରୁ ଅବହେଳିତ ରାସ୍ତାଘାଟ ସମସ୍ୟା ନେଇ ଗୁରୁବାର ସୁଡ୍ରେଜୁ ଗ୍ରାମପଞ୍ଚାୟତ ସରପଂଚ ଲକ୍ଷ୍ମୀ ପ୍ରଧାନ ଗ୍ରାମବାସୀଙ୍କ ସହ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ରନାଥ କହଁରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପ୍ରକାରେ ଫୁଲବାଣୀ ସଦରମହକୁମାଠାରୁ ୧୦ କିଲୋମିଟର ତଥା ବ୍ଲକ କାର୍ଯ୍ୟାଳୟଠାରୁ ୨୦ କିଲୋମିଟର ଦୂର ସୁଡ୍ରେଜୁ ଗ୍ରାମପଞ୍ଚାୟତର ଆଜି ପର୍ଯ୍ୟନ୍ତ ବାରାପଡା କୁଡୁତେଲି ସୁଜାପାଜୁ ପ୍ରାଙ୍ଗାପଡା ଜାର୍ଗୀସରୁ ବାଣାମେରୁ ଗୋଦାବାରୀ ସ୍ରାମ୍ବିପଡା ଲଣ୍ଡ୍ରୁଗୁଡା ଏବଂ ମିଣିଆ ଗ୍ରାମବାସୀ ଆଦିମ କାଳରୁ ବସବାସ କରୁଥିବା ବେଳେ ଏଯାଏଁ ନା ସରକାରୀ କଳ କିମ୍ବା ପ୍ରଶାସନିକ ସ୍ତରରେ ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି। ଫଳରେ ଗ୍ରାମପଞ୍ଚାୟତକୁ ହେଉ କିମ୍ବା ମେଡିକାଲ ଶିକ୍ଷା କିମ୍ବା ପିଡିଏସ ସାମଗ୍ରୀ ଏବଂ ବାର୍ଦ୍ଧକ୍ୟ ଭତ୍ତା ହେଉ ଜନସାଧାରଣ ପାହାଡ ପର୍ବତ ପଥର ଘାଟି ରାସ୍ତାରେ କିଭଳି ଯାତାୟତ କରନ୍ତି ତାହା ଅନୁଭବ କରୁଥିବା ଜନସାଧାରଣ ହିଁ ଜାଣିପାରନ୍ତି। କେତେବେଳେ ଗର୍ଭବତୀ ମହିଳାଙ୍କ ସମସ୍ୟା ତ କେତେବେଳେ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଯେଉଁ ବିପଦ ରହୁଛି ତାହା ସରକାର କୌଣସି ଚିନ୍ତା ପ୍ରକଟ କରୁନାହାନ୍ତି ବୋଲି ସରପଂଚ ଶ୍ରୀମତୀ ଲକ୍ଷ୍ମୀ ପ୍ରଧାନ ଅଭିଯୋଗ କରିଛନ୍ତି।

prayash

ସେହିଭଳି ପାନୀୟ ଜଳପାଇଁ ନଳକୂପ ଖୋଳିବାକୁ ଚେ଼ଷ୍ଟା କଲେ ମଧ୍ୟ ଗାଡି ଆସୁନଥିବା କାରଣ ରୁ ବାଧ୍ୟହୋଇ ନାଳପାଣି କୁ ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି। ବିଦ୍ୟୁତ ଯୋଗାଣ ପାଇଁ ବିଦ୍ୟୁତ୍ ଖୁଣ୍ଟ ଜଙ୍ଗଲ ତଳେ ପଡି ରହିଥିବା ବେଳେ ରାସ୍ତା ସମସ୍ୟା ପାଇଁ ବିଦ୍ୟୁତ୍ ଯୋଗାଣ ମଧ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି। ସେହିଭଳି ଜଙ୍ଗଲ ପରିବେଷ୍ଟିତ ଏହି ଗ୍ରାମଗୁଡ଼ିକ ସଂରକ୍ଷିତ ଜଙ୍ଗଲ ରହୁଛି ତେଣୁ ଜଙ୍ଗଲ ବିଭାଗ ମଧ୍ୟ ରାସ୍ତା ନିର୍ମାଣ ରେ ବାଧକ ସାଜୁଥିବା ଅଭିଯୋଗ ହୋଇଛି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ଗ୍ରାମାଞ୍ଚଳରେ ବିକାଶ ପାଇଁ ଆସୁଥିବା ବେଳେ ଏସବୁ ଅପହଂଚ ଇଲାକାରେ ତାହାର ସଠିକ୍ ବିନିଯୋଗ ହୋଇ ପାରୁନାହିଁ। ଫଳରେ ଦିନକୁ ଦିନ ଜନସଂଖ୍ୟା ବଢୁଥିବା ବେଳେ ସେହି ଅନୁସାରେ ମୌଳିକ ସମସ୍ୟା ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ରେ ବହୁତ ସମସ୍ୟା ରହୁଥିବା ଅଭିଯୋଗ କରିଛନ୍ତି ସରପଂଚ ଶ୍ରୀମତୀ ଲକ୍ଷ୍ମୀ ପ୍ରଧାନ। ଏସବୁ ଅପହଂଚ ଇଲାକାର ବିକାଶ ଦିଗରେ ସରକାର ତୁରନ୍ତ ସମାଧାନ କରନ୍ତୁ ନଚେତ୍ ବାଧ୍ୟ ହୋଇ ଆମେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ସରପଂଚ ଲକ୍ଷ୍ମୀ ପ୍ରଧାନ ଲିଖିତ ଭାବେ ଅବଗତ କରିଛନ୍ତି।

kalyan agarbati

Comments are closed.