www.samajalive.in
Wednesday, November 19, 2025
18.1 C
Bhubaneswar

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ରାଜ୍ୟପାଳଙ୍କ ଉଦେଶ୍ୟରେ ବିଜେପିର ଦାବିପତ୍ର ପ୍ରଦାନ 

ନବରଙ୍ଗପୁର: ଡାବୁଗାଁ ବିଜେପି ତରଫରୁ ବିଦ୍ୟୁତ ଶୁକ୍ଲ ବୃଦ୍ଧି ବିରୋଧରେ ମହାମହିମ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, ଡାବୁଗାଁ ମଣ୍ଡଳ ସାଧାରଣ ସମ୍ପାଦକ ମହେଶ ପାତ୍ର, ବୋରିଗାଁ ମଣ୍ଡଳ ସଭାପତି ଭାଷ୍କର ସୁନାଙ୍କ ନେତୃତ୍ବରେ ବିଜେପି କାର୍ୟ୍ୟକର୍ତ୍ତାମାନେ ସାଉଥ୍ କୋ ଅଧିନସ୍ଥ କାର୍ୟ୍ୟାଳୟକୁ ଯାଇ ଦାବୀପତ୍ର ପ୍ରଦାନ କରିଥିଲେ। ଅନ୍ୟ ପ୍ରମୁଖ ବ୍ୟକ୍ତି ମାନଙ୍କ ମଧ୍ୟରେ ଜିଲ୍ଲା ପଛୁଆବର୍ଗ ମୋର୍ଚ୍ଚା ସାଧାରଣ ସଂପାଦକ ଦଶମୁ କଲାର, ମଣ୍ଡଳ ଉପ ସଭାପତି ନରୁ ସିଂ, ରତ୍ନ କଲାର, ନର ମାଝୀ, ଯୁବମୋର୍ଚ୍ଚା ସଭାପତି ଓ୍ବାଇ ରାଜ କୁମାର, ଗୋବିନ୍ଦ ମାଝୀ, ବିନୋଦ ସାନ୍ତା, ମଧୁ ପୂଜାରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ଦଳ ତରଫରୁ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବୋରିଗାଁ ମଣ୍ଡଳ ସଭାପତି ଭାଷ୍କର ସୁନା କହିଛନ୍ତି।

Hot this week

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ...

Related Articles

Popular Categories