ଭୁବନେଶ୍ବର : କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପରେ ଖୁବ ଶୀଘ୍ର ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀ ଓ ପେନସନ ଭୋଗୀଙ୍କୁ ଖୁସି ଖବର ମିଳିପାରେ। ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ ପ୍ରତିଶତ ମହଙ୍ଗା ଭତ୍ତା ସରକାରୀ କର୍ମଚାରୀଙ୍କୁ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ମହଙ୍ଗା ଭତ୍ତା ନଥିପତ୍ର ଏବେ ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ଯେତେ ଶୀଘ୍ର ସରକାର ହଁ ଭରିବେ ସେତେ ଶୀଘ୍ର ତାହା ଘୋଷଣା କରାଯିବ। ଏହାଦ୍ବାରା ପ୍ରାୟ ୩ଲକ୍ଷରୁ ଊର୍ଦ୍ଧ୍ବ ସରକାରୀ କର୍ମଚାରୀ ଓ ୨ ଲକ୍ଷରୁ ଊର୍ଦ୍ଧ୍ବ ପେନସନ ଭୋଗୀ ଉପକୃତ ହେବେ।
ଖୁବ ଶୀଘ୍ର ରାଜ୍ୟ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା : ୫ ଲକ୍ଷ କର୍ମଚାରୀ ଓ ପେନସନ ଭୋଗୀ ଉପକୃତ ହେବେ
Popular Categories



