www.samajalive.in
Saturday, December 6, 2025
23.1 C
Bhubaneswar

ରାଜ୍ୟରେ ବାଘ ଗଣନା ଆରମ୍ଭ

ଭୁବନେଶ୍ବର : ରାଜ୍ୟରେ ଆରମ୍ଭ ହୋଇଛି ବାଘ ଗଣନା। ଚଳିତ ବର୍ଷ ୨୦ଟି ମଣ୍ଡଳରେ ବାଘ ଗଣନା କରାଯିବ। ଶିମିଳିପାଳ ଓ ସାତକୋଶିଆ ସହିତ ସୁନାବେଡ଼ା ଅଭୟାରଣ୍ୟକୁ ଏଥିରେ ସାମିଲ କରାଯିବ। ଫଳରେ ରାଜ୍ୟରେ ଅଧିକ ସଂଖ୍ୟକ ବାଘ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି। ରାଜ୍ୟ ବନ ବିଭାଗ ସହ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ଅଧିକାରୀମାନେ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି।
ପୂର୍ବରୁ ରାଜ୍ୟର ୧୫ଟି ମଣ୍ଡଳରେ ବାଘ ଗଣନା କରାଯାଉଥିଲାବେଳେ ୨୦୧୪ରୁ ରାଜ୍ୟରେ ବାଘ ସଂଖ୍ୟାରେ ବୃଦ୍ଧି ଦେଖାଯାଇନି। ସେହିବର୍ଷ ରାଜ୍ୟରେ ୨୮ ଟି ବାଘ ଥିବା ଗଣନାରୁ ଜଣାପଡ଼ିଥିଲା। ୨୦୧୮ରେ ମଧ୍ୟ ସେହି ସଂଖ୍ୟକ ବାଘ ଦେଖାଯାଇଥିଲା। ବାଘ ଗଣନା ପାଇଁ ବନ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ତୃତୀୟ ପର୍ଯ୍ୟାୟରେ ଫଟୋ ଉତ୍ତୋଳନ ମାଧ୍ୟମରେ ଗଣତି କରାଯିବ। ଏଥିପାଇଁ ରାଜ୍ୟରେ ପାଖାପାଖି ୮୦୦ ଫଟୋ ଉତ୍ତୋଳନ ଯନ୍ତ୍ର (କ୍ୟାମେରା) ଲଗାଯାଇଛି। ଏ ସମସ୍ତ ତଥ୍ୟକୁ ତର୍ଜମା କରିବା ପରେ ଆସନ୍ତା ବର୍ଷ ରାଜ୍ୟରେ ବାଘ ସଂଖ୍ୟା କେତେ ତାହା ଘୋଷଣା କରାଯିବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories