nua o banner

ବଳାତ୍କାର ପୀଡିତାଙ୍କର ପିତା ପୁଲିସ ହେପାଜତରେ ମୃତ୍ୟୁ ଅଭିଯୋଗ, ୬ ପୁଲିସ କର୍ମଚାରୀ ନିଲମ୍ବିତ

BSKY banner  750×100
0

ନୂଆଦିଲ୍ଲୀ:  ଉତ୍ତର ପ୍ରଦେଶର ଜଣେ ବିଜେପି ବିଧାୟକଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିଥିବା ପୀଡିତାଙ୍କର ପିତାଙ୍କୁ ପୁଲିସ ଗିରଫ କରିବା ପରେ  ପୁଲିସ ହେପାଜତରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଉତ୍ତର ପ୍ରଦେଶ ଉନ୍ନାରର ବିଜେପି ବିଧାୟକ କୁଳଦୀପ ସିଂ ସିଙ୍ଗାର ଓ ତାଙ୍କ ସମର୍ଥକ ପୀଡିତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି ।  ଏହି ପୀଡିତା ଜଣଙ୍କ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କର ବାସ ଭବନ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ତାଙ୍କ ପିତାଙ୍କୁ ବିଧାୟକଙ୍କ କିଛି ସମର୍ଥକ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ପରେ ପୁଲିସ ପୀଡିତାଙ୍କର ପିତାଙ୍କୁ ଓଲଟା ଗିରଫ କରିଥିବା ଅଭିଯୋଗ ହୋଇଛି ।

ଏହାପରେ  ୬ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ତାଙ୍କୁ ମାରପିଟ କରିଥିବା ୪ ଜଣ ଗିରଫ କରାଯାଇଛି । ନିଲମ୍ବିତ କରାଯାଇଥିବା ପୁଲିସଙ୍କ ମଧ୍ୟରେ ୨ ଜଣ ପୁଲିସ ଅଧିକାରୀ ଓ ୪ ଜଣ କନେଷ୍ଟବଳ ଅଛନ୍ତି ।

Leave A Reply