www.samajalive.in
Monday, December 15, 2025
16.1 C
Bhubaneswar

ଦକ୍ଷତା ବୃଦ୍ଧି ସବୁସ୍ତରରେ ହେବା ଉଚିତ: ବାଗ୍‌ଚୀ

ଭୁବନେଶ୍ୱର: ଯେକୌଣସି ସଂସ୍ଥାର ଦକ୍ଷତା ବୃଦ୍ଧି ପାଇଁ ଅତି କମ୍‌ରେ ୬ଟି ସ୍ତରକୁ ଗୁରୁତ୍ୱ ଦେବା ଆବଶ୍ୟକ। ସେଗୁଡ଼ିକ ହେଲା ସଂସ୍ଥାର ସଂସ୍ଥାପିତ କ୍ଷେତ୍ର (ଡୋମେନ୍‌), ସାଜ ସରଞ୍ଜାମ, (ଟୁଲ୍‌), ପ୍ରକ୍ରିୟା ଓ ଶୈଳୀ (ମେଥୋଡୋଲୋଜି), ଗୁଣବତ୍ତା (କ୍ୱାଲିଟି), ଉଦ୍‌ଭାବନଶୀଳତା (ଇନୋଭେସନ୍‌) ଏବଂ ବ୍ରାଣ୍ଡିଂ। ଏସବୁ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ସବୁସ୍ତରରେ ହେବା ଉଚିତ ବୋଲି ଆଜି ସିୱାଇଏସ୍‌ଡିର ୩୬ ତମ ପ୍ରତିଷ୍ଠା ଦିବସ ବକ୍ତୃତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଡ. ସୁବ୍ରତ ବାଗ୍‌ଚୀ କହିିଛନ୍ତି।
ସିୱାଇଏସ୍‌ଡ଼ିର ମାର୍ଗଦର୍ଶକ ଓ ସହପ୍ରତିଷ୍ଠାତା ତଥା ତଥା ନୀତି ଆୟୋଗର ଷ୍ଟାଣ୍ଡିଂ କାଉନସିଲ ସଦସ୍ୟ ଜଗଦାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ‘ସ୍ମରଣଯୋଗ୍ୟ ସଂସ୍ଥାର ପ୍ରତିଷ୍ଠା’ ଶୀର୍ଷକରେ ବକ୍ତୃତା ରଖି ଡ. ବାଗଚୀ କହିଲେ, ପ୍ରତିଟି କାର୍ଯ୍ୟ କ୍ଷେତ୍ରରେ ପ୍ରଥମେ ସାର୍ବଭୌମତ୍ୱ ବଜାୟ ରଖାଯିବା ଉଚିତ। ଲୋକଙ୍କ ନିକଟରେ ବୈଷୟିକ ଜ୍ଞାନକୌଶଳ ରହିବା ଉଚିତ। ସଂସ୍ଥାମାନଙ୍କ କାର୍ଯ୍ୟଧାରାରୁ ପ୍ରତି ବର୍ଷ ନୂଆ ନୂଆ ଶିକ୍ଷା ଲାଭ ମିଳିଥାଏ । ସ୍ୱେଚ୍ଛାକୃତ ମନୋବୃତ୍ତି କେବଳ ଆପେ ଆପେ ନୁହେଁ ଏହା ଏକ ଅଭ୍ୟାସ। ଏହା ବନ୍ଧୁକ ମୁନରେ କିମ୍ବା ପୁରସ୍କାର ଦେଇ ଅଣାଯାଇପାରିବ ନାହିଁ। ଦେଶରେ ବିଭିିନ୍ନ କ୍ଷେତ୍ରରେ ବିଶ୍ୱସ୍ତରର କମ୍ପାନୀ ରହିଥିବାବେଳେ ଏଠାରେ ଗୋଟିଏ ବିଶ୍ୱ ସ୍ତରର ଏନ୍‌ଜିଓ (ସ୍ୱେଚ୍ଛାସେବୀ ଅନୁଷ୍ଠାନ) ନାହିଁ। ତେଣୁ ଏହା ନିଶ୍ଚିତ ଭାବେ ଆମର କାର୍ଯ୍ୟଧାରା ଆଡକୁ ଅଙ୍ଗୁଳି ନିର୍ଦେଶ କରୁଛି। ଓଡ଼ିଶାରେ ଏ କ୍ଷେତ୍ରରେ ସିୱାଇଏସ୍‌ଡିକୁ ମଉଡମଣି ବୋଲି ଡ. ବାଗ୍‌ଚୀ କହିଛନ୍ତି।
ଏଥିରେ ଆୟୋଜିତ ଆଲୋଚନାଚକ୍ରରେ ଯୋଗଦେଇ ଆଦିବାସୀ ଗବେଷଣା ପ୍ରତିଷ୍ଠାନର ପୂର୍ବତନ ନିର୍ଦେଶକ ଅଖିଳ ବିହାରୀ ଓତା କହିଲେ, ଆମ ରାଜ୍ୟରେ ୬୨ ପ୍ରକାର ଆଦିବାସୀ ଥିବାବେଳେ ୧୩ ପ୍ରକାର ଆଦିମ ଜନଜାତି ବାସ କରୁଛନ୍ତି। ରାଜ୍ୟର ମୋଟ ଜନସଂଖ୍ୟାର ୨୨.୮୫% ଆଦିବାସୀଙ୍କ ନିକଟରେ ୪୪% ଭୂମି ରହିଛି। ସେମାନଙ୍କର ଆର୍ଥିକ ବିକାଶ ପାଇଁ ସରକାରୀ ଯୋଜନା ରହିଛି। ଜଙ୍ଗଲ ଜମି ଅଧିକାର ଆଇନ ରହିଛି, କିନ୍ତୁ ବିଭିନ୍ନ କାରଣ ପାଇଁ ବାସ୍ତବତା ଓ ଆଇନ୍‌ ପ୍ରଣୟନ ମଧ୍ୟରେ ପ୍ରଭେଦ ରହିଛି। ଏହାକୁ ଦୂର କରିବା ପାଇଁ ପ୍ରୟାସ ହେବା ଉଚିତ ବୋଲି ସେ କହିଥିଲେ। ଉଦ୍‌ଘାଟନୀ ଭାଷଣରେ ସିୱାଇଏସ୍‌ଡି ଅଧ୍ୟକ୍ଷ ପି.କେ ସାହୁ କହିଲେ, ପ୍ରତ୍ୟେକ ଆଦିବାସୀ ଅଞ୍ଚଳରେ ନାଗରିକ ସହାୟତା କେନ୍ଦ୍ର ପ୍ରତିଷ୍ଠା ହେବା ଆବଶ୍ୟକ। ସେହିପରି ସୌର ଏବଂ ପବନ ଶକ୍ତିର ଉପଯୋଗ, ଜଳ ପରିଚାଳନା, ଗୋଷ୍ଠୀଗତ କୃଷି ଆଦି କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବା ଉଚିତ। ଏ ଦିଗରେ ସିୱାଇଏସ୍‌ଡି ପ୍ରୟାସ ଜାରି ରଖିବ। ଏହି ଅବସରରେ ସ୍ୱିୱାଇଏସ୍‌ଡିର ମାର୍ଗଦର୍ଶକ ଏବଂ ସହପ୍ରତିଷ୍ଠାତା ତଥା ନୀତି ଆୟୋଗର ଷ୍ଟାଣ୍ଡିଂ କାଉନସିଲ ସଦସ୍ୟ ଜଗଦାନନ୍ଦ କହିଲେ, ସାମାଜିକ କାର୍ଯ୍ୟ କ୍ଷେତ୍ରରେ ଅଗ୍ରସର ହେବା ପାଇଁ ଜଣଙ୍କ ନିକଟରେ ଏକ ମତୁଆଲା ଭାବନା ରହିବା ଜରୁରୀ। ଆଗାମୀ ଦିନରେ ବିଶେଷ କରି ପରିବେଶ ସନ୍ତୁଳନ ରକ୍ଷାକୁ ଏକ ଚାଲେଞ୍ଜ ଭାବେ ଗ୍ରହଣ କରିବାକୁ ହେବ। ପ୍ରତି ଆଦିବାସୀ ଅଞ୍ଚଳରେ ନାଗରିକ ସହାୟତା କେନ୍ଦ୍ର ଖୋଲିବାର ଆବଶ୍ୟକତା ଥିବା ନେଇ ସେ ପ୍ରସ୍ତାବ ରଖିଥିଲେ। ଏହି ଅବସରରେ ନାରୀ ଶକ୍ତି-୨୦୧୭ ସମ୍ମାନ ବିଜୟିନୀ ସମାଜସେବୀ ସାବରମତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories