www.samajalive.in
Monday, December 15, 2025
16.1 C
Bhubaneswar

ବାତ୍ୟା ସ୍ଥଳଭାଗ ନ ଛୁଇଁଲେ ବି ପ୍ରସ୍ତୁତିରେ ଢିଲା କରିନୁ, ପ୍ରଭାବରେ ପବନ ଓ ବର୍ଷା ସମ୍ଭାବନା-ଏସଆରସି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଭାରତୀୟ ପାଣିପାଗ ବିଭାଗର ବାତ୍ୟା ଆକଳନ ଆମକୁ ସାମନ୍ୟ ଆଶ୍ବସ୍ତ କରିଛି। ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁ ନ ପାରେ। ମେ’ ୧୦ତାରିଖରେ ବାତ୍ୟା ଓଡ଼ିଶାଠାରୁ ୧୫୦/୨୦୦ କିଲୋମିଟର ଦୂରରେ ଥିବ। ଓଡ଼ିଶା ଉପକୂଳରୁ କେତେ ଦୂରରେ ବାତ୍ୟା ଗତି କରିବ ସ୍ପଷ୍ଟ ହେବ। ପବନ ବେଶି ହେବନାହିଁ, କିନ୍ତୁ ମେ’ ୧୦ ଓ ୧୧ରେ ବର୍ଷା ହୋଇପାରେ। ମେ’ ୧୦ରେ ଗଞ୍ଜାମ, ଗଜପତି ଓ ପୁରୀରେ ବର୍ଷା ସମ୍ଭାବନା ରହିଛି। ସେହିପରି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକରେ ବର୍ଷା ହେବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ମେ’ ୮ ସକାଳ ପରଠାରୁ କେହି ସମୁଦ୍ରକୁ ଯିବେ ନାହିଁ। ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା କମ ଥିଲେ ବି ଆମେ ପ୍ରସ୍ତୁତିରେ ଢିଲା କରିନାହଁୁ। ସାଢ଼େ ୬ଲକ୍ଷ ଲୋକ ରହିବା ଭଳି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି। ଆବାଶ୍ୟକ ପଡ଼ିଲେ ଜିଲାପାଳମାନେ ଏ ନେଇ ନିଷ୍ପତ୍ତି ନେଇପାରିବେ। ଭାରତୀୟ ପାଣିପାଗ ବିଭାଗ ଆକଳନ ଆଶ୍ବସ୍ତ କରିଥିଲେ ବି ପ୍ରସ୍ତୁତିରେ ଢିଲା ଦେଇନାହିଁୁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରକାଶ କରିଛନ୍ତି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories