ନୂଆଦିଲ୍ଲୀ : ଦେଶର ଦକ୍ଷିଣ-ପଶ୍ଚିମ ରାଜ୍ୟ ମାନଙ୍କରେ ବାତ୍ୟା ତଉକତେ ବିପଦ ଜାରି ରହିଛି। ବର୍ତ୍ତମାନ ଏହି ବାତ୍ୟା ଗୁଜରାଟ ଆଡକୁ ମୁହାଁଉଛି। ପାଣିପାଗ ବିଭାଗ ଅନୁଯାୟୀ ମେ ୧୭ ଓ ୧୮ ଗୁଜରାଟରେ ଭୀଷଣ ବର୍ଷା ହେବାର ଅଧିକ ସମ୍ଭାବନା ରହିଛି। ଏଯାଏଁ ଏହି ବାତ୍ୟାରେ ପ୍ରଭାବିତ ଅଞ୍ଚଳରେ ପ୍ରାୟ ୮ ଜଣଙ୍କର ମୃତ୍ୟୁ ହେବା ସହ ଶହ ଶହ ଗଛଲତା ଭାଙ୍ଗି ଯାଇଛି। ଅନେକ ଗାଁ ଏଥିରେ ପ୍ରଭାବିତ ମଧ୍ୟ ହୋଇଛନ୍ତି। ପାଣିପାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ତଉକତେ ଗୁଜରାଟର ଉପକୂଳରେ ସ୍ଥଳଭାଗ ଛୁଇଁବ। ଏହାସହ ଆଜି ସନ୍ଧ୍ୟା ଯାଏଁ ବିଶେଷ କରି ଗିର ସୋମନାଥ, ଆମ୍ରେଲୀ, ଭାବନଗର, ଜୁନାଗଡ ଓ ଦୀୟୁ ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହେବ।
ଏହାସହ ଗୁଜରାଟର କ୍ୟାବିନେଟ ମନ୍ତ୍ରୀ କୁନୱାର୍ଜଭାଇ ବାଭାଲିଆ ଆମ୍ରେଲୀରେ ପହଞ୍ଚି ବାତ୍ୟା ତଉକତେ ପାଇଁ କରାଯାଇଥିବା ପ୍ରସ୍ତୁତିକୁ ତଦାରଖ କରିଛନ୍ତି।
ଆଜି ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ତଉକତେ
Popular Categories



